ଘୋଷରାମାଳ ମିନି ଅଙ୍ଗନୱାଡି କେନ୍ଦ୍ରରେ ଅଚଳାବସ୍ଥାର ସମାଧାନ ଦାବି

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଘୋଷରାମାଳ ମିନି ଅଙ୍ଗନୱାଡି କେନ୍ଦ୍ରରେ ଲାଗି ରହିଥିବା ଅଚଳାବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଡେରାବିଶି ବ୍ଲକର ସିଡିପିଓ ଏବଂ ଜିଲ୍ଲା ସମାଜମଙ୍ଗଳ ଅଧିକାରିଣୀଙ୍କୁ ଭେଟି ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ନିକଟସ୍ଥ ଜଗନ୍ନାଥପୁର ମୈାଜାର ଅଙ୍ଗନୱାଡିକର୍ମୀଙ୍କୁ ଘୋଷରାମାଳ କେନ୍ଦ୍ରର ଅତିରିକ୍ତ ଦାୟୀତ୍ୱ ଗତ ପ୍ରାୟ ବର୍ଷେ ହେବ ପ୍ରଦାନ କରାଯାଇଥିଲା । କିନ୍ତୁ ଦାୟୀତ୍ୱରେ ଥିବା କର୍ମୀଙ୍କ ଦେହ ଅସୁସ୍ଥ ହେବାରୁ ସେ ଏହି ଅତିରିକ୍ତ ଦାୟୀତ୍ୱ ତୁଲାଇବାକୁ ମନା କରିଦେଇଥିଲେ । ତେଣୁ ଏଭଳି ପରିସ୍ଥିତିରେ ଘୋଷରାମାଳ ମିନି ଅଙ୍ଗନୱାଡି କେନ୍ଦ୍ରର ସୁପରିଚାଳନା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଏବଂ ସେହି କେନ୍ଦ୍ର ପାଇଁ ନୂତନ ଅଙ୍ଗନୱାଡିକର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବାକୁ କବିତା ସେଠୀ, ସଞ୍ଜୁଲତା ସେଠୀ, କୁମୁଦିନୀ ସେଠୀ, କମ୍ଭୁନାଥ ସେଠୀ, ହରପ୍ରିୟା ସେଠୀ, କାଂଚନ ସେଠୀ, ସରସ୍ୱତୀ ସେଠୀ, ଅଭୟ ସେଠୀ, ପ୍ରମିଳା ସେଠୀ, ଚୈତନ୍ୟ ଚରଣ ସେଠୀ, ବିଷ୍ଣୁ ସେଠୀ, ରୀତା ସେଠୀ, ଅକ୍ଷୟ ସେଠୀ, ସୋନାଲୀ ସେଠୀ, ସ୍ୱର୍ଣ୍ଣଲତା ବରାଳ, ରାଜେନ୍ଦ୍ର କୁମାର ଦାସ, ସୁବ୍ରତ କୁମାର ବରାଳ ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ