ତୈଳ ଓ ଗ୍ୟାସ ଦର ବୃଦ୍ଧି ବିରୋଧରେ ହୋଡିଂ ଚିରିଲା ଯୁବ କଂଗ୍ରେସ

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ): କେନ୍ଦ୍ର ସରକାରଙ୍କ ଅହେତୁକ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀଙ୍କ ବିରୋଧରେ ନାରାବାଜି କରି ଏକ ବାଇକ ରାଲି କରାଯାଇଥିଲା । ପରେ କେନ୍ଦ୍ରାପଡା ସହରର କଜଳା, ତିନିମୁହାଣି, ବାରୋ ଏବଂ ପଟ୍ଟାମୁଣ୍ଡାଇର ପୋହଳ ଏବଂ ଚୁନଡିହ ପେଟ୍ରୋଲ ଟାଙ୍କିରେ ଲାଗିଥିବା ପ୍ରଧାନମନ୍ତ୍ରୀଙ୍କ ହୋଡିଂକୁ ଚିରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ରାଟ ଜେନା, ଓଁଙ୍କାର ମହାନ୍ତି, ସମୀର ଜେନା, କ୍ଷୀରୋଦ ବେହୁରିଆ, ମଙ୍ଗୁଳି ବେହେରା, ଜୀତେନ୍ଦ୍ର ଭୂୟାଁ, ଆଶିଷ ସାହୁ, ସୁଶାନ୍ତ ସାହୁ, ଅବିନାଶ ଲେଙ୍କା, ପ୍ରଦୀପ ବିଶ୍ୱାଳ, ଅଜୟ ସ୍ୱାଇଁ, ଆଲୋକ ବେହେରା, ପ୍ରଦୀପ ପଣ୍ଡା, ସତ୍ୟବ୍ରତ ବାରିକ, ସୀତାଂଶୁ ନାୟକ, ବିକ୍ରମ ଦାସ ପ୍ରମୁଖ ପେଟ୍ରୋଲ ଟାଙ୍କି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ