ଚକାଡୋଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍‌ଘାଟିତ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ବେଲଗୁଣ୍ଠା ବ୍ଳକ୍ ଖଇରପୁଟି ପଞ୍ଚାୟତ ବଡ଼ ସାଦରା ଗ୍ରାମରେ ଶ୍ରୀ ଶ୍ରୀ ଶ୍ରୀ ଚକାଡୋଳା ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ପୂର୍ବତନ ବ୍ଳକ୍ ଅଧ୍ୟକ୍ଷ ନୀଳମଣି ବିଷୋୟୀ ଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି I ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ 48 ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ,ସମିତିସଭ୍ଯା ଶାନ୍ତି ବେହେରା, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ, ସମିତି ସଭ୍ୟା ଗିତାଞ୍ଜଳୀ ବିଷୋୟୀ, ପୂର୍ବତନ ଶାସନ ସରପଞ୍ଚ ସଞ୍ଜୟ କୁମାର ପ୍ରଧାନ,ସମିତିସଭ୍ୟ ମଧୁସୂଦନ ପରିଡ଼ା, କ୍ଷତ୍ରିୟବରପୂର ସରପଞ୍ଚ ପ୍ରତିନିଧି ରାମକୃଷ୍ଣ ଦାସ୍ ସମାଜସେବୀ ଶିବରାମ ପାଢୀ, ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡା, ସମିତି ସଭ୍ୟ ପ୍ରଫୁଲ୍ଲ ଗୌଡ଼, ସମାଜସେବୀ ବଳରାମ ସ୍ୱାଇଁ, ସନ୍ତୋଷ ରାଓ, ନାଏବ ସରପଞ୍ଚ ସୁନିତା ସ୍ୱାଇଁ, ଶିକ୍ଷକ ଅଶୋକ ବେହେରା, ପରମା ନାୟକ, ଖଇରପୁଟି ପୁର୍ବତନ ସମିତିସଭ୍ୟ ପ୍ରଭାତ ସ୍ୱାଇଁ, ଗ୍ରାମ୍ୟ କମିଟି ସଭାପତି ବିପ୍ଲବ ବେହେରା, ଉପସଭାପତି ନାରାୟଣ ସ୍ୱାଇଁ, ସଦସ୍ୟ ଶିଶିର ବିଷୋୟୀ,ଲମ୍ବୋଦର ନାୟକ, ପବିତ୍ର ବିଷୋୟୀ, ସମାଜସେବୀ ବାଇଚାନ୍ଦ୍ ସ୍ୱାଇଁ, ସମାଜସେବୀ ସୀତାରାମ ସ୍ୱାଇଁ, ୱାର୍ଡ଼ ସଭ୍ୟ ଦାମୋଦର ବେହେରା, କୃଷ୍ଣଚନ୍ଦ୍ର ଅଧିକାରୀ, ଚିନ୍ତାମଣୀ ସ୍ଵାଇଁ, ବବ୍ରୁ ବାହାନ ବିଷୋୟୀ, ନାରାୟଣ ବିଷୋୟୀ, ସନ୍ନ୍ୟାସୀ ସ୍ଵାଇଁ, ସୁନିଲ୍ କାନ୍ତ ସ୍ୱାଇଁ, ନାରାୟଣ ସ୍ଵାଇଁ, ରୋହିତ ସ୍ୱାଇଁ, ଖଗେଶ୍ଵର ବିଷୋୟୀ, କମ୍ବୁପାଣି ବିଷୋୟୀ, ଅରୁଣ ନାୟକ, ବିଶ୍ଵନାଥ ନାୟକ, ରୋହିତ ନାୟକ, ଶତ୍ରୁଘ୍ନ ବେହେରା, ଜୟରାମ ସ୍ୱାଇଁ, ସନ୍ତୋଷ ବିଷୋୟୀ, ପ୍ରବୋଧ ବିଷୋୟୀ, ଲୋକନାଥ ସ୍ଵାଇଁ, ସୀମାଞ୍ଚଳ ବେହେରା, ବିଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ I ଆଜିର ଟୁର୍ଣ୍ଣାମେଣ୍ଟ୍ ରେ ଗାଙ୍ଗପୁର,ସୋରଡ଼, ଆସ୍କା, ବିଞ୍ଚଣା, ବାବନ ପୁର, ଡିହ ପଢାଳ , ଡିମିରିପଲ୍ଲୀ ଏବଂ ପୋଲସରା ଟିମ୍ ଅଂଶଗ୍ରହଣ କରିଥିଲେ I ଏଥିରେ ଶରତ୍ କୁମାର ସ୍ୱାଇଁ ଏବଂ ଅନୁପ ସାର୍ ରେଫରୀ ଭାବେ ଯୋଗ ଦେଇଛନ୍ତି I କାର୍ଯ୍ୟକ୍ରମ ରେ ଚକାଡୋଳା ଯୁବକ ସଂଘ ଏବଂ ବଡ଼ ସାଦରା ଗ୍ରାମବାସୀ ସହଯୋଗ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ