ଚଣ୍ଡିଗଡ –କୋଚୁଭେଲି ଏକ୍ସପ୍ରେସରେ ଅଗ୍ନି୍କାଣ୍ଡ
ନୂଆଦିଲ୍ଲୀ : ଦେଶର ରାଜଧାନୀ ନୂଆଦିଲ୍ଲୀ ରେଳ ଷ୍ଟେସନରେ ବଡ ଧରଣର ଅଘଟଣ ଘଟିଛି । ପ୍ଲାଟଫର୍ମରେ ଛିଡାହୋଇଥିବା ବେଳେ ହଠାତ୍ ଚଣ୍ଡିଗଡ-କୋଚୁଭେଲି ଏକ୍ସପ୍ରେସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁକୁ ଆୟତ୍ତ କରିବା ପାଇଁ ଘଟଣା ସ୍ଥଳରେ ୪ ଗୋଟି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ମିଳିଥିବା ଖବର ଅନୁଯାୟୀ ଆଜି ଅପରାହ୍ନ ୨ ଟା ସମୟରେ ହଠାତ୍ ହୁତ ହୁତ ହୋଇ ଜଳିଥô୍ଲା ଟ୍ରେନଟି । ଟ୍ରେନଟି ନୂଆଦିଲ୍ଲୀର ଆଠ ନଂ ପ୍ଲାଟ ଫର୍ମରେ ରହିଥିବା ବେଳେ ହଠା୍ତ୍ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । କୈାଣସି ଟ୍ରେନ ଯାତ୍ରୀଙ୍କ କୈାଣସି ଅସୁବିଧା ହୋଇନଥିବା ଜଣାପଡିଛି । ଦମକଳ ବାହିନୀ ପକ୍ଷରୁ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ରହିଥିବା ଜଣାପଡିଛି ।


