ଚମ୍ପୁଆ ରେଞ୍ଜ୍‌ରେ ଥମୁନି ହାତୀ ଉପଦ୍ରବ; ୨ ଘର ଭାଙ୍ଗିଲେ ହାତୀପଲ

ଯୋଡା,(ସମୀର କୁମାର ଦାସ): ଚମ୍ପୁଆ ରେଞ୍ଜ ଅଧିନରେ ଥିବା ବସିରା ଗ୍ରାମରେ ମଙ୍ଗଳବାର ହାତୀପଲ ୨ଟି ଘରକୁ ଭାଙ୍ଗି ଦେଇଥିବା ଜଣାପଡିଛି । ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ଏହି ହାତୀପଲ ଗତ ସୋମବାର ଦିନ ସନ୍ଧ୍ୟାରେ ମୟୁରଭଞ୍ଜ ଜିଲ୍ଲାରୁ ଆସି ଜଙ୍ଗଲରୁ ବାହାରି ବସିରା ଗ୍ରାମର ଗାଳାସାହିରେ ବସବାସ କରି ରହିଥିବା ଯାତ୍ରା ମୁଣ୍ଡା ଏବଂ ଯଦୁମଣି ମୁଣ୍ଡାଙ୍କ ଘରକୁ ଭାଙ୍ଗିଦେଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କାନ୍ଥ ପଡି ଘରର ଆସବାବପତ୍ର ନଷ୍ଟ ହୋଇଛି । ଏହି ହାତୀପଲ ମଧ୍ୟରେ ୫ଟି ହାତୀ ରହିଛନ୍ତି । ବନ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ କ୍ଷତି ପୂରଣ ଯୋଗାଇ ଦେବାକୁ କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଦାବି ହୋଇଛି । ସେହିପରି ଯୋଡା ସେକ୍ସନ୍‌ର ଯୋଡା ଇଷ୍ଟ ଲୌହଖଣି ସଂଲଗ୍ନ ଜଙ୍ଗଲ, ଖୁନ୍‌ଟପାଣି ବନାଂଚଳରେ ରହିଥିବା ୧୫ଟି ହାତୀ ଚଳପ୍ରଚଳ କରୁଥିବା ଯୋଡା ଫରେଷ୍ଟର ଅନିରୁଦ୍ଧ ପଣ୍ଡା ପ୍ରକାଶ କରିଛନ୍ତି । ଯୋଡା ବନବିଭାଗ ପକ୍ଷରୁ ୧୫ ଟି ହାତୀର ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ରେଳ ଷ୍ଟେସନ ଗୁଡିକରେ ସମନ୍ୱୟ ରକ୍ଷା କରାଯାଇ ବ୍ୟାପକ ନିରାପତା ବ୍ୟବସ୍ଥା ଗ୍ରହଣ କରିବାକୁ ଯୋଗାଯୋଗ କରାଯାଇଛି । କାରଣ ହାତୀମାନେ ଚଳପ୍ରଚଳ କରୁଥିବା ବନାଂଚଳରେ ସୁଦୀର୍ଘ ରେଳପଥ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ