ଚର୍ଚ୍ଚାରେ “ବାଲା’ର ଶିଶୁ କଳାକାର ସଚିନ

ବଲିଉଡ୍ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କ ଫିଲ୍ମ “ବାଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି । ଏହାର କାହାଣୀ ମୁଣ୍ଡରେ କେଶ ନ ଥିବା ଜଣେ ବ୍ୟକ୍ତି ଉପରେ ଆଧାରିତ । ପୁଣି ମୁଣ୍ଡରେ କେଶ ଉଠିବା ପାଇଁ କ’ଣ ସବୁ କରାଯାଉଛି ତାହା ଉପରେ ଫିଲ୍ମର କାହାଣୀ ଗତି କରୁଛି । “ବାଲା’ରେ ଆୟୁଷ୍ମାନ୍‌ଙ୍କ ଚରିତ୍ରର ନାମ ରହିଛି ବାଳମୁକୁନ୍ଦ । ଆୟୁଷ୍ମାନ୍‌ଙ୍କ ବ୍ୟତୀତ ଫିଲ୍ମରେ ଅନ୍ୟ ଯେଉଁ କଳାକାରଙ୍କ ଅଭିନୟକୁ ବେଶ୍ ପସନ୍ଦ କରାଯାଉଛି, ସେ ହେଲେ ଆୟୁଷ୍ମାନ୍‌ଙ୍କ ପିଲାଦିନ ଚରିତ୍ରରେ ଅଭିନୟ କରିଥିବା ଶିଶୁ କଳାକାର ସଚିନ ଚୌଧୁରୀ ।
ସଚିନଙ୍କ ଅଭିନୟକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ପୂର୍ବରୁ ସେ ରିଆଲିଟି ଶୋ’ “ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ’ ଏବଂ “ଲିଟିଲ ଚ୍ୟାମ୍ପ୍ସ’ ମାଧ୍ୟମରେ ଦର୍ଶକଙ୍କ ସମ୍ମୁଖକୁ ଆସିସାରିଛନ୍ତି । “ଲିଟିଲ ଚ୍ୟାମ୍ପ୍ସ’ରେ ନିଜର ଅଭିନୟ ଦ୍ୱାରା ସଚିନ ଶୋ’ର ଜଜ୍‌ଙ୍କ ମନ ମୋହିଥିଲେ । “ବାଲା’ରେ ଆୟୁଷ୍ମାନ୍‌ଙ୍କ ବ୍ୟତୀତ ଭୂମି ପେଡନେକର, ୟାମି ଗୌତମ, ସୀମା ପାହୱା ଏବଂ ସୌରଭ ଶୁକ୍ଳା ପ୍ରମୁଖ ଚରିତ୍ରରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ