କରଣଙ୍କ ପାଦ ଛୁଇଁଲେ କାର୍ତ୍ତିକ
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନ ତାଙ୍କ କ୍ୟାରିୟରରେ ଆଗକୁ ବଢ଼ିବାରେ ଲାଗିଛନ୍ତି । ଏବେ ସେ ଅନ୍ୟମାନଙ୍କଠାରୁ କମ୍ ବଜେଟରେ କାମ କରୁଛନ୍ତି ବୋଲି କୁହାଯାଉଛି । କିନ୍ତୁ ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ଶହେ କୋଟିରୁ ଊର୍ଦ୍ଧ୍ୱଆୟ କରୁଛି । କାର୍ତ୍ତିକଙ୍କ ଫିଲ୍ମକୁ ପ୍ରଶଂସକ ବେଶ୍ ପସନ୍ଦ କରିଥାନ୍ତି । ଫିଲ୍ମ “ପତି ପତ୍ନୀ ଔର୍ ୱ’ ପରେ ଏବେ ସେ ଦାସ୍ତାନା-୨ର ଶୁଟିଂ ପାଇଁ ଲାଗିପଡ଼ିଛନ୍ତି । ତେବେ ଶୁଟିଂର ଆରମ୍ଭରୁ କାର୍ତ୍ତିକଙ୍କ ଏକ ଫଟୋ ସାସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ପାଦ ଛୁଇଁ କାର୍ତ୍ତିକ ଆଶୀର୍ବାଦ ନେଉଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।


