ଚାଉଳିଆଗଞ୍ଜ ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା: ତଦନ୍ତ ପରେ ହିଁ ସାମ୍ନାକୁ ଆସିବ ସତ୍ୟ: ଡିଜିପି
କଟକ, ୦୮/୦୭: କଟକ ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଓଡ଼ିଶା ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ, ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ସେ କହିଛନ୍ତି , ଏହି ମାମଲାରେ ଘଟଣାରେ ତଦନ୍ତ ଚାଲିଛି । ତଦନ୍ତରେ ସବୁ କଥା କାଢ଼ିବା ପରେ କାରଣ ଜଣାପଡିବା । ତଥ୍ୟ ଆସିଲା ପରେ କାହା ବିରୋଧରେ କ’ଣ ଆକ୍ସନ ନିଆଯିବ ସେ ଦିଗରେ ପଦକ୍ଷେପ ନିଆଯିବ । ସେପଟେ, କାହିଁକି ମହିଳା ଆଇଆଇସି ଆତ୍ମହତ୍ୟା କଲେ ଏଯାଏ ହୋଇନି ସ୍ପଷ୍ଟ ।


