ଲୁଡୁ ଖେଳେରେ ଛୁରା ମାଡ଼ ,ଜଣେ ଆହତ
ଗଞ୍ଜାମ , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଞ୍ଚପୁର ପଂଚାୟତର ଝାଡୁକୁଦା ଗ୍ରାମରେ ଲୁଡୁଖେଳକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଯୁକ୍ତିତର୍କ ପରେ ଛୁରା ମାଡ଼ ହୋଇ ଥିବା ଜଣା ପଡ଼ିଛି । ଛୁରା ମାଡ଼ରେ ଦୁର୍ଯ୍ୟୋଧନ ରେଡି ଗୁରୁତର ଆହତ ହୋଇଛନ୍ତି । ଦୁର୍ଯ୍ୟୋଧନଙ୍କୁ ପ୍ରଥମେ ଗଞ୍ଜାମ ମେଡିକାଲ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନନ୍ତର କରାଯାଇଛି । ଛୁରା ମାଡ଼ କରିଥିବା ଇ.ଗୁରୁନାଥ ରେଡି ଫେରାର ହୋଇଯାଇଥିବା ଜଣାପଡିଛି । ଯାହାକୁ ନେଇ ଗ୍ରାମରେ ଉତେଜନା ଲାଗିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରିରଖିଛି ।


