ଚାରା ରୋପଣ କରି ଜନ୍ମଦିନ ପାଳିଲେ ଯୁବ ସାମ୍ବାଦିକ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଯୁବ ସାମ୍ବାଦିକ ରଞ୍ଜନ କୁମାର ସାହୁ ନିଆରା ଢଙ୍ଗରେ ନିଜ ଜନ୍ମଦିନ ପାଳନ କରିଛନ୍ତି । ପଥରକଣି ଠାକୁରାଣୀଙ୍କ ବେଢା ପରିସରରେ ଶ୍ରୀ ସାହୁ ଚାରାରୋପଣ କରି ନିଜର ଜନ୍ମଦିନ ପାଳିଥିଲେ । ଏହି ଅବସରରେ ଶ୍ରୀ ସାହୁ କହିଥିଲେ ଯେ ବର୍ତ୍ତମାନ ଯେଉଁଭଳି ଭାବରେ ବାୟୁ ମଣ୍ଡଳରୁ ଅମ୍ଳଜାନ ହ୍ରାସ ପାଉଛି ତାହା ସମଗ୍ର ମାନବ ଜାତି ଓ ଜୀବଜନ୍ତୁଙ୍କ ପାଇଁ ବିପଦର କାରଣ ପାଲଟିଛି । ତେଣୁ ଆମ୍ଭେ ସଚେତନ ହୋଇ ଏବେଠାରୁ ଚାରା ରୋପଣ କରିବା ଉଚିତ । କେବଳ ଚାରା ରୋପଣ କରିଦେଲେ ହେବ ନାହିଁ ସେହି ଚାରା କିପରି ଦ୍ରୁମରେ ପରିଣତ ହେବ ସେଥି ନିମନ୍ତେ ତାର ଯତ୍ନ ନେବା ଆବଶ୍ୟକ । ଫଳରେ ଭବିଷ୍ୟତରେ ଆମେ ଅମ୍ଳଜାନ ଅଭାବର ସମ୍ମୁଖୀନ ହେବା ନାହିଁ । ଏଥିସହ ଆମ ଉତ୍ତର ପିଢି ମଧ୍ୟ ସୁସ୍ଥ ପରିବେଶରେ ଜୀବନଯାପନ କରିପରିବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଚଳଚିତ୍ର ପ୍ରଯୋଜକ ମାନସ କୁମାର ସାହୁ, ପ୍ରକୃତିବନ୍ଧୁ ପାର୍ଥସାରଥୀ ବେହେରା, ଆଇନ୍ଜୀବୀ ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।


