ଚାରିଗାଁ ମକରମେଳା: ଉଦ୍ଯାପନୀ ଦିବସରେ ଭଲି ବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଚାରିଗାଁସ୍ଥିତ ମା’ତାରିଣୀ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମକର ମେଳା ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ପାଇଁ ଚଳିତ ବର୍ଷ ମେଳାକୁ ନିରାଡମ୍ବର ଭାବେ ପାଳନ କରାଯାଇଥିଲା । ୩ ଦିନ ଧରି ଅନୁଷ୍ଠିତ ଏହି ମେଳାର ପ୍ରଥମ ଦିବସରେ ସାଳନ୍ଦୀ ନଦୀରୁ ୧୦୮ କଳସ ଅଣା ଯାଇ ଘଟସ୍ଥାପନା ପୂର୍ବକ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ପଣ୍ଡିତ ହରେକୃଷ୍ଣ ପଣ୍ଡା, ଭଗବାନ ପତି, ମଧୁସୂଦନ ପଣ୍ଡା, ଗୟାଧର ପାଣିଗ୍ରାହୀ ପୂଜା କାର୍ଯ୍ୟ ତୁଲାଇଥିଲେ । ୨ୟ ଦିବସରେ ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଭଦ୍ରକ ଟ୍ରିଫେମିଲି ତରଫରୁ ବୃକ୍ଷରୋପଣ ଓ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉଦ୍ଯାପନୀ ଉତ୍ସବରେ ୪ଟି ଦଳକୁ ନେଇ ଏକ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚ୍ ଗଡପୋଖରୀ ବାଲେଶ୍ୱର ଓ କାଳିମେଘା ଭଦ୍ରକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ କାଳିମେଘା ଭଦ୍ରକ ବିଜୟୀ ହୋଇଥିଲା । ପୁରସ୍କାର ବିତରଣୀ ସଭାରେ ଚାରିଗାଁ ସରପଞ୍ଚ ବନମାଳୀ ବେହେରା, ଶିକ୍ଷାବିତ୍ ରଥ ବେହେରା, ପୂର୍ବତନ ସମିତି ସଭ୍ୟ ରାମ ଚନ୍ଦ୍ର ସାହୁ, ବରିଷ୍ଠ ନାଗରିକ ଉମାକାନ୍ତ ସାହୁ ଯୋଗ ଦେଇଥିଲେ । ଶିକ୍ଷାବିତ୍ ରଥ ବେହେରା ରନର୍ସ ଅଫ ଓ ସରପଞ୍ଚ ବନମାଳୀ ବେହେରା ବିଜେତା ଦଳକୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ରେଫେରୀ ଭାବେ ରବି ନାରାୟଣ ନାୟକ, ଉମାକାନ୍ତ କଟୁଆଳ ଖେଳ ପରିଚାଳନା କରିଥିଲେ । ସନ୍ଧ୍ୟାରେ କୁନି କୁନି ପିଲା ମାନଙ୍କୁ ନେଇ ନୃତ୍ୟସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସନାତନ ପୃଷ୍ଟି, ଅକ୍ଷୟ କର, ଉମାକାନ୍ତ ମିଶ୍ର ପରିଚାଳନା କରିଥିଲେ । ୩ ଦିନ ବ୍ୟାପୀ କାର୍ଯ୍ୟକ୍ରମକୁ ମା’ତାରିଣୀ ୟୁଥ୍ କ୍ଲବର ସଦସ୍ୟ ବିଜୟ ସାହୁ, ରଂଜନ ସାହୁ, ନରେନ୍ଦ୍ର ସାହୁ, ଶରତ ରାଉଳ, ଗଂଗାଧର ସାହୁ, ଆନନ୍ଦ ରାଉଳ, ପ୍ରିୟବ୍ରତ ସାହୁ, ସୁରେଶ ପୃଷ୍ଟି, ପଞ୍ଚାନନ ମହାନ୍ତି, ଭାଗବତ ପରମାଣିକ, କମଳ ମହାନ୍ତି, କୃଷ୍ଣ ଚନ୍ଦ୍ର ପୃଷ୍ଟି, ପ୍ରଦୀପ ସାହୁ, ପ୍ରତାପ ପୃଷ୍ଟି, ସନ୍ତୋଷ ପତି, ଭଜମନ ବେହେରା ସହଯୋଗ କରିଥିଲେ ।


