ଚାଷୀର ମେରୁଦଣ୍ଡକୁ କଲା ଚୁରମାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଚଳିତ ବର୍ଷ ଚାଷୀ ଓ କୃଷକଙ୍କ ଉପରେ ପ୍ରକୃତିର ତାଣ୍ଡବ ଜାରି ରହିଛି. ପ୍ରଥମେ ବର୍ଷାଭାବ ଯୋଗୁଁ ଧାନ ଫସଲରେ ମରୁଡି ଦେଖାଦେଇ ୬୦ ଭାଗ ଫସଲ ମରୁଡିଜନିତ କାରଣରୁ ନଷ୍ଟ ହେଲା. ପରେ କିଛିଦିନ ତଳର ଲଘୁଚାପଜନିତ ବର୍ଷା ଯୋଗୁଁ କ୍ଷେତରେ ଧାନ ଫସଲ ଭିଜି ନଷ୍ଟ ହେଲା. ପରିଶେଷରେ କ୍ଷେତରେ ବଞ୍ଚି ରହିଥିବା କିଛି ପରିମାଣର ଧାନ ଫସଲରେ ନିଆଁ ଲାଗି ଚାଷୀର ସମସ୍ତ ଆଶା ଭରସା ଧୂଳିରେ ମିଶିଗଲା. ଆଗାମୀ ବର୍ଷ ଚାଷୀ କିପରି ଧାନ ଫସଲ କରିବ ଓ କେଉଁଠାରୁ ଚାଷ ପାଇଁ ଅର୍ଥ ଆଣିବ ସେ ନେଇ ଚାଷୀ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି. ଏହି ଚାଷୀମାନେ ଅତ୍ୟନ୍ତ ଦୁଃଖର ସହ କହିଛନ୍ତି ପ୍ରକୃତିର ତାଣ୍ଡବ ଦ୍ୱାରା ଧାନ ଫସଲରେ ଏଭଳି କ୍ଷତି ଆମକୁ ବ୍ୟଥିତ କରିବା ସହ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି. ସରକାରଙ୍କ ସାହାର୍ଯ୍ୟ ବିନା ଚାଷୀ ବେଉସା ପରିବର୍ତ୍ତେ ରାଜ୍ୟ ବାହାରକୁ ଦାଦନ ଭାବେ ଚାଲିଯିବା ପରିବର୍ତ୍ତେ ଅନ୍ୟ ରାସ୍ତା ନାହିଁ. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟ ସୀମା ବର୍ତ୍ତି ଅଞ୍ଚଳ ତଥା ଆନ୍ଧ୍ର ଓଡ଼ିଶା ସିମାବର୍ତ୍ତି ଅଞ୍ଚଳରେ ଥିବା କ୍ଷେତରେ ଧାନ ଫସଲରେ ରବିବାର ଦିନ ଅପରାହ୍ନରେ ନିଆଁଲାଗି ଯାଇଥିବା ଦେଖିବକୁ ମିଳିଛି। ଏହି ନିଆଁ କେମିତି ଲାଗିଲା ଏବଂ କିପରି ଲାଗିଲା ତାହା ଜଣା ପଡ଼ି ନଥିବା ବେଳେ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୁର୍ବରୁ ଜଳ ଅଭାବ ଯୋଗୁଁ ଫସଲ ନଷ୍ଟ ହୋଇ ଥିବା ବେଳେ କିଛି ଚାଷୀ ପମ୍ପ ଲଗେଇ ବିଲକୁ ପାଣି ମଡେଇ ଥିଲେ। ଯାହା ଫଳରେ ଆଶାନୁରୁପ ଫସଲ ନ ମିଳିଥିଲେ ହେଁ କିଛି ଆଶ୍ୱସ୍ତି ମିଳିଥିଲା। ହେଲେ ଚଳିତ ଲଘୁଚାପଜନିତ ବର୍ଷା ଯୋଗୁଁ ଧାନ ଭିଜି ଚାଷୀ କ୍ଷତି ସହିବାକୁ ବାଧ୍ୟ ହୋଇଥିବାବେଳେ ପୁଣି ଉକ୍ତ ଅଞ୍ଚଳରେ ଧାନ ଫସଲରେ ନିଆଁ ଲାଗିବା ଯୋଗୁଁ ଧାନ ଫସଲ ପୋଡି ଯିବା ଦ୍ୱାରା ଚାଷୀର ବଞ୍ଚି ରହିଥିବା ମାତ୍ର କିଛି ଆଶା ନିରାଶାରେ ପରିଣତ ହୋଇଛି। ପାଖାପାଖି ଦଶ ଏକର ଫସଲ ପୋଡ଼ି ଲକ୍ଷ ଲକ୍ଷ ଟଙ୍କାର ଧାନ ଫସଲ ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ