ଅଜଣା ଗାଡି ଧକ୍କାରେ ଜଣେ ମୃତ
ଛତ୍ରପୁର (ଓ୍ବାଇଏନଏସ): ଚମାଖଣ୍ଡି ଥାନା ଅଧୀନ କାଳିଆବାଲି ଛକ ନିକଟ ରାସ୍ତା ରେ ଏକ ଅଜଣା ଗାଡି ଧକ୍କା ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ କାଳିଆବାଲି ଗ୍ରାମ ର ଏସ. ଦାଲେୟା ରେଡ୍ଡୀ (୪୮)ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଗ୍ରାମ ଅଭିମୁଖେ ଏସ. ଦାଲେୟା ରେଡ୍ଡୀ ଯାଉଥିବା ବେଳେ ହଠାତ ଏକ ଅଜଣା ଗାଡି ଧକ୍କା ଦେଇ କୁଆଡେ ଚାଲିଯାଇଥିଲା l ଯାହାଫଳ ରେ ତାଙ୍କର ଘଟଣା ସ୍ଥଳ ରେ ହିଁ ମୃତ୍ୟୁ ଘଟିଥିଲା । ଏହାର ସୂଚନା ପାଇଁ ଚମାଖଣ୍ଡି ଥାନା ପୁଲିସ ଏବଂ ଗ୍ରାମବାସୀ ମାନେ ଘଟଣାସ୍ଥଳ ରେ ପହଂଚି ଥିଲେ l ସେଠାରେ କୋଣସି ଗାଡି ର ସନ୍ଧାନ ମିଳି ନଥିଲା l ପୋଲିସ ମୃତ ଦେହ କୁ ଉଦ୍ଧାର କରି କେସ ନଂ ୨୨୬/୨୦୨୬ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ କୁ ବ୍ୟବଛେଦ ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇ ଥିଲେ l ଏହା ସହିତ ପୋଲିସ ର ତଦନ୍ତ ଜାରି ରହିଛି l ଏସ ଦାଲେୟା ରେଡ୍ଡୀଙ୍କ ଦୁର୍ଘଟଣାରେ ଦେହାନ୍ତ ହୋଇଥିବା ସୂଚନା ପାଇ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ପହଁଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଲି l ଶ୍ରୀରାମଚନ୍ଦ୍ରପୂର ପଂଚାୟତ ସରପଞ୍ଚ ଏସ. ସଂଜୀବ ରେଡ୍ଡୀ ମୃତ ଦାଲେୟାଙ୍କ ପରିବାର ବର୍ଗ ଙ୍କୁ ସରକାରୀ ସହାୟତା ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତି l


