ଚିକିଟି ସିଏଚସି ରେ ସଚେତନତା ବୈଠକ

ଚିକିଟି, (କୁରେଶୁ ସାହୁ):ଆଜି ପୁଣି ଚିକିଟି ବ୍ଲକର ପlଣ୍ଡରୀରେ ଜଣେ ପଜେଟିଭ ଚି଼ହ୍ନଟ ହୋଇଥିବା ବେଳେ ଚିକିଟି ମେଡିକାଲ କନ୍ଫରେନସ ଗୃହରେ ଏକ ସ୍ୱାସ୍ଥ୍ୟ ସଚେତନତା ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ମାସ୍କପିନ୍ଧିବା,ସାମାଜିକ ଦୂରତା ରକ୍ଷାକରିବା,ସାନିଟାଇଜ ହେବା,ହାତସଫା ରଖିବା ଏହା ଉପରେ ଗୁରୁତ୍ୱରୋପ କରି ଆଲୋଚନା ହୋଇଥିଲା।ଏହାପରେ କଣ୍ଟେନମେଣ୍ଟ ଚିନ୍ହଟ ପୁରୁଣା ମହିସାନପୁର ,ପାଣ୍ଡିରି,ଗିରିଶୋଲା, ନୂଆପଡା ଏହି ଅଞ୍ଚଳ ଗୁଡିକରେ ଲୋକେ ଯେମିତି ବାହାରକୁ ନବହାରିବେ ଏବଂ କୌଣସି ଅନ୍ୟଗ୍ରାମର ଲୋକେ ଏହି ଏରିଆ ଭିତରେ ପ୍ରବେଶ ନ କରିବା ।ଯଦି ପ୍ରବେଶ କରନ୍ତି ତାହା ଲୋକଙ୍କୁ ସଚେତନ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା l ସେମାନଙ୍କ ମେଡିକାଲ ଟେଷ୍ଟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ଏଥିପାଇଁ ଜନପ୍ରତିନିଧି ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରିବାପାଇଁ କୁହାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଚିକିଟି ତହସିଲଦାର ହରପ୍ରସାଦ ଭୋଇ,ବିଡ଼ିଓ ଫାଲଗୁନି ମାଝୀ,ସିଡିପିଓ ମାଧୁରୀ ପାଢ଼ୀ,ଚିକିଟି ମେଡିକାଲ ଇନ ଚାର୍ଜ ମନୋଜ କୁମାର ପାଢୀ, ବି ପି ଓ ରାମ ଚନ୍ଦ୍ର ସାହୁ, ସ୍ୱାସ୍ଥ୍ୟ ପରିଦର୍ଶକ ଜି. କେ. ବେହେରା, ଏଲ. କୁମାର, ସ୍ୱାସ୍ଥ୍ୟ କର୍ମୀ ବିଷ୍ଣୁ ପ୍ରିୟା ପାଢୀ, ଲିଲି ପଟନାୟକ, ବ୍ଲକର ସମସ୍ତ ଅଙ୍ଗନବାଡି, ଆଶାକର୍ମୀ, ହେଲ୍ପର ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ