ବେଲଗୁଣ୍ଠାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସହରବାସୀ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ସମଗ୍ର ଗଞ୍ଜାମ ଜିଲ୍ଲାକୁ କରୋନାକୁ ଜିଲ୍ଲା ବାସୀ ଆତଙ୍କିତ ହୋଇଥିବା ବେଳେ ଦିନକୁ ଦିନ ଏହାର ସଂଖ୍ୟା ବଢିବାରେ ଲାଗିଛି ।ବେଲଗୁଣ୍ଠା ବ୍ଳକ ତଥା ଏନ୍.ଏ.ସିରେ କରୋନା ସ୍ଥିତି ସଂଗିନ ହେବାରେ ଲାଗିଛି ଯାହା ଫଳରେ ଗୋଷ୍ଠୀ ସଂକ୍ରମଣ ହେଉଛି ବୋଲି ଚର୍ଚ୍ଚା ଜୋର୍ ଧରିଛି ।ଗତ ସପ୍ତାହରେ ସହରରୁ ଚାରିଜଣ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ପରିବାର ବର୍ଗମାନଙ୍କଠାରୁ ଗତ ୩ ତାରିଖରେ ସ୍ୱାବ୍ ସଂଗ୍ରହ କରାଯାଇଥିଲା ।ଗତକାଲି ସମସ୍ତ ୧୯ ଜଣଙ୍କଠାରେ କରୋନା ଚିହ୍ନଟ ହୋଇଥିବା ଜଣାପଡିଛି ।ସେମାନଙ୍କ ମଧ୍ୟରେ ବେଲଗୁଣ୍ଠା କୋଳି ସାହିର ଜଣେ ୫୦ ବର୍ଷୀୟ ମହିଳା,ଦୁଇ ଜଣ ୩୦ ଓ ୧୮ ବର୍ଷୀୟ ଯୁବକ,୮ ଓ ୧୦ ବର୍ଷର ଦୁଇ ଜଣ ବାଳିକା,୩ ବର୍ଷ ବୟସର ଦୁଇଜଣ ଶିଶୁ,୨୮ ଓ ୨୧ ବର୍ଷ ବୟସର ଦୁଇଜଣ ମହିଳା ଗୋଟିଏ ପରିବାରର ଚିହ୍ନଟ ହୋଇଥିବା ।ଏମାନେ ସମସ୍ତେ ପୁର୍ବରୁ ଚିହ୍ନଟ ହୋଇଥିବା ଗାରମେଣ୍ଟ ଦୋକାନର ସେଲ୍ସ ମ୍ୟାନଙ୍କ ପରିବାରର ବୋଲି ଜଣାପଡିଛି ।ସେହିପରି ଜଗନ୍ନାଥ ପାଟଣା ସାହିର ଗାରମେଣ୍ଟ ଦୋକାନୀ ଓ ତାଙ୍କ ମା ପୁର୍ବରୁ ଚିହ୍ନଟ ହୋଇଥିବା ବେଳେ ଗତକାଲି ତାଙ୍କ ୬୦ ବର୍ଷୀୟ ବାପା,ସ୍ତ୍ରୀ(୩୦),୬ ବର୍ଷର ଶିଶୁ ପୁତ୍ର,ତାଙ୍କ ଭାଉଜ(୩୧) ଏବଂ ଦୋକାନୀଙ୍କ ବଡ ଭାଇଙ୍କ ୯ ବର୍ଷର ଓ ୪ ମାସର ଦୁଇଜଣ ଶିଶୁ ପୁତ୍ର ରହିଥିବା ଜଣାପଡିଛି ।ସେହି ସାହିର ଜଣେ ଜଳଖିଆ ଦୋକନୀଙ୍କ ପୁଅ ପୁର୍ବରୁ ଚିହ୍ନଟ ହୋଇଥିବା ବେଳେ ତାଙ୍କ ୬୧ ବର୍ଷୀୟ ବାପା,୪୬ ବର୍ଷୀୟ ମାଆ,୮୦ ବର୍ଷୀୟ ଜେଜେ ମା ତାଙ୍କ ସଂଶ୍ପର୍ଷରେ ଆସି ଆକ୍ରାନ୍ତ ହୋଇଛନ୍ତି ।ଭଞ୍ଜନଗର ଡାକ୍ତରଖାନା ରେ କାର୍ଯ୍ୟରତ ବେଲଗୁଣ୍ଠା ତୁଳସୀ ନଗରର ଜଣେ ୨୮ ବର୍ଷୀୟ ଯୁବ କରୋନା ଯୋଦ୍ଧା ମଧ୍ୟ ଆକ୍ରାନ୍ତ ହୋଇଛନ୍ତି ।ସେହିପରି ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ରହିଥିବା ଔଷଧ ଦୋକାନରେ ସେଲ୍ସ ମ୍ୟାନ ଥିବା ରଙ୍ଗଣୀ ପାଟଣା ର ୩୦ ବର୍ଷୀୟ ଯୁଵକ,ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡାର ୩୨ ବର୍ଷୀୟ ଯୁବକ,ଅନ୍ୟ ଜଣେ ବେଲଗୁଣ୍ଠାର ୩୨ ବର୍ଷୀୟ ଯୁଵକ ଚିହ୍ନଟ ହୋଇଥିବା ଜଣାପଡିଛି ।୩୨ ବର୍ଷୀୟ ଯୁଵକ ଜଣକ ଭୁବନେଶ୍ୱର ଚିକିତ୍ସା ପାଇଁ ଚାଲିଯାଇଥିବା ବେଳେ ୩ ଜଣଙ୍କୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟର ଓ ଶଯ୍ୟା ଅଭାବରୁ ଅନ୍ୟ ମାନଙ୍କୁ ବ୍ରହ୍ମପୁର ପଠାଯାଇଥିବା ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୁଷଣ ମହାପାତ୍ର ପ୍ରକାଶ କରିଛନ୍ତି ।ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇ ସଂଶ୍ପର୍ଷରେ ଆସିଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରାଯିବ ବୋଲି ତହସିଲଦାର ସରୋଜ କୁମାର ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ