ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗାଡ଼ା ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ
ଚିତ୍ରକୋଣ୍ଡା, (ବିମଳ କିଶୋରେ ମିଶ୍ର):ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ୱାଭିମାନ ଅଞ୍ଚଳ ରାଲେଗଡ଼ା ପଞ୍ଚାୟତ କାର୍ଯ୍ୟାଳୟ ସାକୃବନ୍ଧା ଠାରେ ରାଜ୍ୟ ସରକାର ଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କ ତତ୍ଵାବଧାନରେ ରାଲେଗାଡ଼ା ପଞ୍ଚାୟତ ସରପଞ୍ଚ କମଳୁ ହନ୍ତାଳ ଙ୍କ ଆହ୍ୱାନ କ୍ରମେ ତଥା ସଭାପତିତ୍ୱରେ ନୋଡାଲ ଅଫିସର କନିଷ୍ଠ ଯନ୍ତ୍ରୀ ଶରତ କୁମାର ଚର୍ଚ୍ଚି, ରାଲେଗାଡ଼ା ପଞ୍ଚାୟତ ର ସମସ୍ତ ୱାର୍ଡ଼ ମେମ୍ବର, ଜିଆରଏସ ବଳରାମ ମାଝୀ, ଯୋଗାଣ ସହାୟକ ବିଶ୍ୱନାଥ ଖିଲ, ଭିଏଡବ୍ଲୁ ବିଶ୍ୱନାଥ ମଣ୍ଡଳ, ଫରେଷ୍ଟ ଗାର୍ଡ ସଞ୍ଜୟ କୁମାର ନାୟକ ଏମବିକେ ବଳରାମ ଗଲରୀ, ପଞ୍ଚାୟତ ବହୁ ଜନସାଧାରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ମାନଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧିଜୀ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଫୋଟୋରେ ଧୂପ ଦୀପ ଲଗାଇ ପୁଷ୍ପ ମାଲ୍ୟ ଅର୍ପଣ କରି ସ୍ଵତନ୍ତ୍ର ଗ୍ରାମ ସଭା କୁ ଆଗେଇ ନେଇଥିଲେ l ସରପଞ୍ଚ କମଳୁ ହନ୍ତାଳ ସ୍ୱତନ୍ତ୍ର ଗ୍ରାମ ସଭା ଅବସରରେ ସ୍ୱତନ୍ତ୍ର ଭାବରେ ରାଲେଗଡ଼ା ପଞ୍ଚାୟତ ର ବିକାଶ କୁ ଆଖି ଆଗରେ ରଖି ଶୋଳଗୋଟି ପାଣି ପ୍ରକଳ୍ପ ର ପ୍ରସ୍ତାବ ଆଗତ କରି ସ୍ୱତନ୍ତ୍ର ଗ୍ରାମ ସଭା ୨୦୨୩-୨୦୨୪ ଆର୍ଥିକ ବର୍ଷ ନିମନ୍ତେ ପ୍ରକଳ୍ପ ର ଯୋଜନା କୁ ଅଧିବେଶନ ବିବରଣୀ ରେ ସ୍ଥାନଦେଇ ଲିପିବଦ୍ଧ କରିଥିଲେ l ଏଥି ସହ ଗ୍ରାମବାସୀ ମାନଙ୍କର ସହାଭାଗିତାରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ବ୍ଲକ ପଞ୍ଚାୟତ ବିକାଶ ଯୋଜନା ଜିଲା ପଞ୍ଚାୟତ ବିକାଶ ଯୋଜନା ତଥା ପ୍ରସ୍ତୁତି କରଣ ଗ୍ରାମସଭା ୨୦୨୩-୨୦୨୪ ଆର୍ଥିକ ବର୍ଷ ନିମନ୍ତେ ବିଭିନ୍ନ ପ୍ରକଳ୍ପ ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବା ସହ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜନସାଧାରଣ ଙ୍କୁ ଅଧିକ ପରିମାଣରେ କାମ ଯୋଗାଇ ଦେବାକୁ ଆଲୋଚନା ହୋଇଥିଲା l ସେଇଭଳି ଭାବରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୂକ୍ତ ଚିତ୍ରକୋଣ୍ଡା ପଞ୍ଚାୟତ ରେ ସରପଞ୍ଚ ହରି ମୋହନ ଖିଲ ଙ୍କ ସଭାପତିତ୍ୱରେ ପିଇଓ ପବିତ୍ର ମୋହନ କାଟାରାକାଙ୍କ ଉପସ୍ଥିତିରେ ,ବଡ଼ପଦର ସରପଞ୍ଚ ସ୍ୱପ୍ନା ଖିଲ ଓ ଧୂଳିପୁଟ ପଞ୍ଚାୟତ ସରପଞ୍ଚ ଶୁକଦେବ ବୁରୁଡ଼ି ଙ୍କ ସଭାପତିତ୍ୱ ରେ ଜିପିଓ ହେମନ୍ତ କୁମାର ଭୂୟାଁ ଙ୍କ ଉପସ୍ଥିତିରେ , ବଡପଡା ପଞ୍ଚାୟତ ରେ ସରପଞ୍ଚ ନିଲୁ ଖିଲ ଙ୍କ ସଭାପତିତ୍ୱ ରେ ପିଇଓ ସଞ୍ଜିତ କୁମାର ଦାସଙ୍କ ଉପସ୍ଥିତିରେ , ପାପାରମେଟେଲା ପଞ୍ଚାୟତ ରେ ସରପଞ୍ଚ ନରସିଂହ ସିନ୍ଧେରୀ ଙ୍କ ସଭାପତିତ୍ୱରେ ପିଇଓ ରମେଶ ଆୟାରଙ୍କ ଉପସ୍ଥିତିରେ , ଦୋରାଗୁଡା ସରପଞ୍ଚ ଭଗବତୀ ନାୟକ ଓ ଟନେଲକ୍ୟାମ୍ପ ସରପଞ୍ଚ ସୀତାମା ମୁଦୁଲି ଙ୍କ ସଭାପତିତ୍ୱରେ ପିଇଓ ରାମେଶ୍ୱର ପୂଜାରୀ ଙ୍କ ନେତୃତ୍ୱରେ ନୂଆଗୁଡ଼ା ସରପଞ୍ଚ ଶଶୀ ଖିଲ ଓ ଗୁଣ୍ଠାୱାଡ଼ା ସରପଞ୍ଚ ତ୍ରିନାଥ କ୍ରିସାନି ଙ୍କ ସଭାପତିତ୍ୱରେ ରେ ପିଇଓ ମାଣିକ ହାସଦା ଙ୍କ ଉପସ୍ଥିତିରେ , କପାତୁଟି ପଞ୍ଚାୟତ ସରପଞ୍ଚ ଶୁକ୍ରୀ ହନ୍ତାଳଙ୍କ ସଭାପତିତ୍ୱ ରେ ସମତି ସଭ୍ୟ ନାଗେଶ ଖିଲ ଙ୍କ ଉପସ୍ଥିତିରେ,ପାପୁଲୁର ପିଇଓ ପ୍ରସନ ମାଡ଼କାମି, କୁରୁମାନୁର ପିଇଓ ହର୍ଷିତ ଢାଲି, ପଣଷପୁଟ ସରପଞ୍ଚ ଅର୍ଜୁନ ହନ୍ତାଳ ଙ୍କ ସଭାପତିତ୍ୱ ରେ ପିଇଓ ବିଜୟ ସାବତଙ୍କ ଉପସ୍ଥିତିରେ,ଯୋଡ଼ାମ୍ବ ସରପଞ୍ଚ ପିଙ୍କି ହନ୍ତାଳ ଙ୍କ ସଭାପତିତ୍ୱ ରେ ତଥା ଗାଜୁଲୁମାମୁଡ଼ି ପଂଚାୟତ ସରପଞ୍ଚ ବଳରାମ ଗଲରୀ ଙ୍କ ସଭାପତିତ୍ୱ ରେ ପିଇଓ ସଦାଶିବ ଦୋରାଙ୍କ ଙ୍କ ଉପସ୍ଥିତିରେ ଏବଂ ଯନ୍ତ୍ରୀ ଓ ଅଣ୍ଡିରାପାଲି ସରପଞ୍ଚ ଙ୍କ ସଭାପତିତ୍ୱ ରେ ଲାଇନ ଡିପାଟମେଣ୍ଟ ସହ ନିଜ ନିଜ ପଞ୍ଚାୟତ ଅନ୍ତର୍ଭୁକ୍ତ ଗ୍ରାମବାସୀଙ୍କୁ ନେଇ ସ୍ୱତନ୍ତ୍ର ଗ୍ରାମ ସଭା କରାଯାଇ ନିଜ ପଞ୍ଚାୟତ ର ବିକାଶ ନିମନ୍ତେ ୨୦୨୩-୨୦୨୪ ଆର୍ଥିକ ବର୍ଷର ବିଭିନ୍ନ ପ୍ରକଳ୍ପ ର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି ଏହି ଗ୍ରାମ ସଭା ମାନଙ୍କରେ ଗ୍ରାମବାସି ମାନଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ତଥା ଅନ୍ୟାନ୍ୟ ଲାଇନ ଡିପାଟମେଣ୍ଟ କର୍ମଚାରୀ ମାନେ ଉପସ୍ଥିତ ହେବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତ ମାନଙ୍କର କନିଷ୍ଠ ଯନ୍ତ୍ରୀ,ଜିଆରଏସ, ଯୋଗାଣ ସହାୟକ ପରିଚାଳନା କରିଥିଲେ l


