ଜାତୀୟ ନିତି ଆୟୋଗ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମୟୁରଭଞ୍ଜ ଗସ୍ତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):କେନ୍ଦ୍ର ସରକାର ଙ୍କ ନିତି ଆୟୋଗ ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପରମେଶ୍ବର ଆୟାର ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଗସ୍ତ ଯାଇ ଅପରାହ୍ନ ୩ ଘଟିକା ସମୟ ରେ କେନ୍ଦୁଝର ଜିଲ୍ଲା ଗସ୍ତ ପରେ ଯଶିପୁର ବ୍ଲକ ମହାର୍ଦ୍ଧାପଳସା ଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ଼ ରେ ହେଲିକପ୍ଟର ଯୋଗେ ଅବତରଣ କରିଥିଲେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲପାଳ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ ଫାଇପ୍ ଟି ଯୋଜନା ରେ ନିର୍ମାଣ ହୋଇଥିବା ମାହାର୍ଦାପଳସା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ପରେ ସେଠାରୁ ଦୂର୍ଦୁରା ପଞ୍ଚାୟତ ଅଧିନସ୍ଥ ଜନଜାତି ମାଂକିଡିଆ ସାହି କୁ ଯାଇ ସେଠାରେ ବସ୍ତି ବାସିନ୍ଦା ଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ ।ବାସ୍ତବ ରେ ସେଠାରେ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଥିଲେ ମଧ୍ୟ ମାଂକିଡିଆ ଙ୍କ ସେତେଟା ଉନ୍ନତି ହୋଇନାହିଁ । ଦୀର୍ଘ ବର୍ଷ ରୁ ଲୋକେ ଭଙ୍ଗାତୁଟା ଘରେ ରହୁଥିବାର ଦେଖାଯାଇଛି । ପାନୀୟ ଜଳର ଅଭାବ ରଦେଖାଯାଇଛି। କେନ୍ଦ୍ର ଅଧିକାରୀ ଆସୁଥିବା ଜାଣି ତରବରିଆ ଭାବେ ଠିକା ସଂସ୍ଥା ଜଳଯୋଗାଣ କାମ କରୁଛି । ଓ ଏଲ୍ ଏମ୍ , ଅପିଲିପି , ଆଦିବାସୀ ଜନଜାତି ଖଡିଆ ଓ ମାଂକିଡିଆ ଉନ୍ନୟନ ସଂସ୍ଥା ସେମାନଙ୍କ ଵିକାଶ ଲାଗି କାର୍ଯ୍ୟ କରୁଥିଲେ ମଧ୍ୟ ସେ ଜନଜାତି ଲୋକେ ଅବହେଳିତ ଅବସ୍ଥାରେ ରହିଛନ୍ତି । ତେବେ ଦୂର୍ଦୁରା ମାଂକିଡିଆ ସାହି ରେ କେତେକ ଆଦିବାସୀ ମହିଳା ଜଙ୍ଗଲ ଜାତ ଦ୍ରବ୍ଯ ରୁ ପ୍ରସ୍ତୁତି ସାମଗ୍ରୀ ର ଷ୍ଟଲ୍, ମାଣ୍ଡିଆ ରୁ ପ୍ରସ୍ତୁତି ଖାଦ୍ୟ ସାମଗ୍ରୀ ର ଷ୍ଟଲ୍ କୁ ନିତି ଆୟୋଗ ମୂଖ୍ୟ ଅଧିକାରୀ ବୁଲି ଦେଖିଥିଲେ। ନିତି ଆୟୋଗ ଙ୍କ ସେହି ଗସ୍ତ ସମୟରେ ଭାରତ ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ର ସଚ୍ଚିବ ଅନିଲ କୁମାର ଝା, ଆୟୋଗର ବରିଷ୍ଠ ଅଧିକାରୀ ଅକ୍ଷୟ ରାଉତ,ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନ ର ପ୍ରଦୀପ ଜେନା,କେନ୍ଦ୍ର ସରକାରଙ୍କ ଅନୁସୂଚିତ ଜନଜାତି ବ୍ୟାପାର ମନ୍ତ୍ରାଳୟର ସଚିବ ,ଓପେଲିପିର ନିର୍ଦେଶକ,ସରକାର ଙ୍କର ବରିଷ୍ଠ ଅଧିକାରୀ ଙ୍କ ସହ ମୟୁରଭଂଜ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଉପଜିଲ୍ଲାପାଳ, ଏସଡ଼ିପିଓ,ପ୍ରମୁଖ ସ୍ଥାନୀୟ ସମସ୍ତ ଅଧିକାରୀ ସାମିଲ ହଇଥିଲେ ।ସେମାନଙ୍କର ଗସ୍ଥ ସମ୍ପର୍କରେ ଓଡ଼ିଶା ସରକାରଙ୍କ ସ୍ବରାଷ୍ଟ୍ରବିଭାଗ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ସୂଚନା ପ୍ରଦାନ କରିଥିଲା ବେଳେ ପ୍ରଶାନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଗସ୍ତର ବ୍ୟବସ୍ଥା କରିଥିବା ବେଳେ ସୁରକ୍ଷା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ନିୟୋଜିତ ରହିଥିଲେ ।


