ଚିହ୍ନ ନଥିବାରୁ ମଠ ବୁଥରେ ଉତ୍ତେଜନା : ଦେଢ଼ଘଣ୍ଟା ବିଳମ୍ବରେ ହେଲା ମତଦାନ
ହାଟଡିହି, (ବିକାଶ ବିଶ୍ୱାଳ ) :-ହାଟଡିହି ପଞ୍ଚାୟତର ମଠ ବୁଥରେ ଆଜି ଭୋଟର ମାନେ ଭୋଟ ଦେବାକୁ ଯିବାବେଳେ ମାତ୍ର ତିନୋଟି ଚିହ୍ନଥିବା ସରପଞ୍ଚ ବାଲାଟ ପେପର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ସରପଞ୍ଚରେ ୬ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ୩ଟି ଚିହ୍ନ କରପାଇଁ ବୋଲି ଭୋଟରମାନେ ପ୍ରିଜାଇଡିଂ ଅଫିସରଙ୍କୁ ପ୍ରଶ୍ନ କରିଥିଲେ । ବାଲାଟ ପେପର ଗୁଡିକରେ ତିନଟି ଚିହ୍ନକୁ ରଖାଯାଇ ଅବଶିଷ୍ଟ ଚିହ୍ନ ଗୁଡିକୁ ଅଠା ଲଗାଯାଇ ବନ୍ଦ କରିଦିଆଯାଇଥିଲା । ଏହାକୁନେଇ ଉତ୍ତେଜନା ଦେଖାଦେବା ସହିତ ଭୋଟ ଗ୍ରହଣ ବିଳମ୍ବ ହୋଇଥିଲା । ପରେ ସେକ୍ଟର ଅଫିସର ବାଲାଟପେପର ଆଣି ପହଞ୍ଚିବାପରେ ଯାଇ ମତଦାନ ହୋଇଥିଲା ।


