ଚୁକ୍ତିଭିତିକ କର୍ମଚାରୀଙ୍କ ଦାବୀପତ୍ର

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଓଡିଶା ସରକାରୀ ଚୁକ୍ତିଭିତିକ କର୍ମଚାରୀ ମହାସଂଘ ତରଫରୁ ବାଲିଗୁଡା ବ୍ଲକର ସମସ୍ତ ଚୁକ୍ତିଭିତିକ କର୍ମଚାରୀ ଓ କନିଷ୍ଠ ଶିକ୍ଷକଙ୍କ ଏକତ୍ରିତ ହୋଇ ଦସ୍ତଖତ ଅଭିଯାନ କରିବା ସହ ୫ଦଫା ଦାବୀନେଇ ସ୍ଥାନୀୟ ଉପଜିଲ୍ଲାପାଳ,ବିଡିଓ ଓ ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଦାବୀପତ୍ରରେ ଉଲ୍ଲେଖ ରହିଛି ଯେ ଚୁକ୍ତିଭିତିକ ନିଯୁକ୍ତି ଉଛେଦ ଓ ଚୁକ୍ତିଭିତିକ ସମୟକୁ ଚାକିରୀ ଅବଧିରେ ଗଣନାକରିବା ଆଦି ଉଲ୍ଲେଖ ରହିଛି ।ଯଦୀଦାବୀ ଗୁଡିକୁ ସରକାର ଗ୍ରହଣ କରନ୍ତି ନାହିଁ ତେବେ ଆସନ୍ତା ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ଚୁକ୍ତିଭିତିକ କର୍ମଚାରୀ ଏବଂ କନିଷ୍ଠ ଶିକ୍ଷକମାନେ କଳାବ୍ୟାଜ ପରିଧାନ କରି କାମ କରିବେ । ଓଡିଶା ସରକାରୀ ଚୁକ୍ତିଭିତିକ କର୍ମଚାରୀ ମହାସଂଘ ତରଫରୁ ଆସନ୍ତା ୩୧ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଏକ ଗର୍ଜନ ସମାବେଶ କରାଯିବ ।ସରକାର ଯଦୀ ସଂଘର ଦାବୀକ ୁ ପୁରଣ ନକରିନ୍ତି ତେବେ ସମସ୍ତ କର୍ମଚାରୀ କଲମଛାଡ ଆନ୍ଦୋଳନ କରିବା ସହ ଅମରଣଅନସନରେ ବସିବା ସହ ରାଜରାସ୍ତାକୁ ଓଲ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି । ଓଡିଶା ସରକାରୀ ଚୁକ୍ତିଭିତିକ କର୍ମଚାରୀ ସଂଘର ବାଲିଗୁଡା ବ୍ଲକର ସଭାପତି ହୃଦୟ ରଂଜନ ହୋତାଙ୍କ ଅଧକ୍ଷତାରେ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ