ପାଟପୁର ବିଦ୍ୟାଳୟରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସାନଖେମୁଣ୍ଡି ବ୍ଲକ ପାଟପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୀନବନ୍ଧୁ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ବନ ମହୋତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ସୁଲତାନ ରାଣୀ ସ୍ବାଇଁ , ସ୍ଥାନୀୟ ସରପଞ୍ଚ ବିଜୟଲକ୍ଷ୍ମୀ ବରାଡ , ସମିତି ସଭ୍ୟା ସୁଜତା ସ୍ୱାଇଁ , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସରୋଜ ଡାକୁଆ , ସମାଜସେବୀ ମୁକୁନ୍ଦ ବରାଡ , ସନ୍ତୋଷ ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ସଭା କାର୍ଯ୍ୟ ଜରିଆରେ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏଥିସହ ଛାତ୍ରଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ପଥ ପ୍ରାନ୍ତ ନାଚ ଗୀତ ମାଧ୍ୟରେ ଲୋକମାନଙ୍କୁ ସଚେତନ କରାଇବା ସହ ଗୋଟିଏ ଗଛ ଲଗାଇବା ପାଇଁ କହିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଉଭୟ ଅତିଥି ଓ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଅରୁଣ ଚନ୍ଦ୍ର ଦାସ , ବନରକ୍ଷୀ ଶୁଭାସିନୀ ପ୍ରଧାନ , ଭାରତୀ ବେହେରା ସମେତ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।


