କଳିଙ୍ଗନଗର ଆଦିବାସୀ ଗଣହତ୍ଯା ନେଇ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଶ୍ରଦ୍ଧାଞ୍ଜଳୀ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମା’ ,ମାଟି,ମାନୁଷ ହକ୍ ନେଇ କଳିଙ୍ଗନଗର ଆଦିବାସୀ ଙ୍କ ଲଢେଇରେ ଆଜି ଦିବସରେ ୧୫ବର୍ଷ ତଳେ ପୋଲିସର ବର୍ବୋରଚିତ ଗୁଳିରେ ଟଳି ପଡିଥିଲେ ନିରିହ ୧୬ ଜଣ ଆଦିବାସୀ । ଏପର୍ଯ୍ଯନ୍ତ ସେମାନଙ୍କୁ ପ୍ରାୟ ମିଳି ନାହଁ ।ଏହି ଶହୀଦଙ୍କ ସମ୍ମାନାର୍ଥେ ପ୍ରତିବର୍ଷ କଂଗ୍ରେସ ଦଳ ତରଫରୁ ଆଦିବାସୀ ଶ୍ରଦ୍ଧାଞ୍ଜଳୀ ଦିବସ ରୂପେ ପାଳନ କରାଯାଇଆସୁଛି । ସେହି ଶହୀଦମାନଙ୍କୁ ଉଚିତ କ୍ଷତିପୂରଣ ପାଇଁ ଦାବି ହୋଇଆସୁଛି । ସେତେବେଳେ ରାଜ୍ୟରେ ଭାଗୁଆଳି ସରକାର ବିଜେଡି-ବିଜେପି ସରକାର ଚାଲୁଥିବା । ଏବେ ରାଜ୍ୟ ରେ ବିଜେଡି ଓ କେନ୍ଦ୍ର ରେ ବିଜେପି ସରକାର ଚାଲୁଛି ହେଲେ ଏହି ଶହୀଦ ପରିବାରଙ୍କୁ ଉଚିତ ପ୍ରାୟ ଓ କ୍ଷତିପୂରଣ ଦେବାରେ ଅଣଦେଖା କରୁଛନ୍ତି । ଏହାକୁ ନେଇ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିର୍ଦେଶକ୍ରମେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସଙ୍କ ସଭାପତିତ୍ବରେ ଶହୀଦ ଆଦିବାସୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମ୍ମାନ ପ୍ରଦର୍ଶନ ସହ ତାଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା । ଏଥିରେ ବହୁ କଂଗ୍ରେସ କର୍ମି ସାମିଲ ହୋଇଥିଲେ ।


