ଛତିଶଗଡ଼ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ୱର, (ୱାଇଏନ୍ଏସ୍): ଛତିଶଗଡ଼ର ସୁକୁମା-ବିଜାପୁର ସୀମାରେ ନକ୍ସଲବାଦୀଙ୍କ ଆକ୍ରମଣରେ ୨୨ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ଏବଂ ୩୦ରୁ ଉର୍ଦ୍ଧ୍ୱ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ରୋଟାକ୍ଟ୍ର କ୍ଲବ ଅଫ ଭୁବନେଶ୍ୱର ଉତ୍କଳ ଜୟଦେବ ତରଫରୁ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନଛକଠାରେ ସହିଦ ବୀର ଯବାନ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୦ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀମାନେ ଉପସ୍ଥିତ ରହି ସହିଦ ବୀର ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମହମବତୀ ଜାଳି ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ଆହତ ଯବାନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ିଆରଆର ହରିଶଙ୍କର ଜେନା, ପିଡ଼ିଆରଆର ସ୍ମୃତିରଞ୍ଜନ ବିଶ୍ୱାଳ, ଅନୁଷ୍ଠାନର ସଭାପତି ତାପସ ରଞ୍ଜନ ମଲ୍ଲିକ, ସମ୍ପାଦକ ରଞ୍ଜନ କୁମାର ମହାପାତ୍ର, ଶିକ୍ଷାବିତ୍ ନାରାୟଣ ବେହେରା, ପ୍ରତୀକ ନନ୍ଦ, ସୁଶ୍ରୀ କାମିନୀ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


