ଜଗନ୍ନାଥପୁର ସ୍ଥିତ ଏଫସିଆଇ ଗୋଦାମ ସମ୍ମୁଖ ରେ ପ୍ରତିବାଦ ଓ ଧାରଣା

ଛତ୍ରପୁର (ଦେବଦତ୍ତ ମହାରଣା)ମୋଦି ସରକାରଙ୍କ ତିନି କୃଷି ଅ୍ଧବନ ଫଳରେ ଦେଶରେ ଖାଦ୍ୟସସ୍ୟର ସରକାରୀ ସଂଗ୍ରହ ବ୍ୟବସ୍ଥା ସହିତ ଖାଦ୍ୟ ସୁରକ୍ଷା ଯୋଜନାରେ ସରକାର ଯୋଗାଇ ଆସୁଥିବା ଚାଉଳ ଓ ଗହମର ବଣ୍ଟନର ବନ୍ଦ କରିବାକୁ ଯାଉଛନ୍ତି । କ୍ଷତିର ଆଳ ଦେଖାଇ ସରକାର ଭାରତୀୟ ଖାଦ୍ୟ ନିଗମକୁ ବିକ୍ରି କରି ଖାଦ୍ୟସସ୍ୟର କାରାବାରକୁ ଘରୋଇ କମ୍ପାନୀଙ୍କ ହାତରେ ଟେକିଦେବାକୁ ବସିଛନ୍ତି । କୃଷକ ବିରୋଧୀ- ଖାଉଟି ବିରୋଧୀ, କୃଷି ଆଇନ ହଟାଅ – କୃଷକ ଓ କୃଷି ବଞ୍ଚାଅ । ଖାଉଟି ସୁରକ୍ଷା ଏବଂ ଖାଦ୍ୟ ନିରାପତ୍ତା ପାଇଁ ଜନସାଧାରଣ ଏକ ହୁଅ ନାରାବାଜି ଦେଇ ସଂଯୃକ୍ତ କିଷାନ ମୋର୍ଚ୍ଚା ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ପକ୍ଷରୁ ଦେଶବ୍ୟାପୀ ଏଫ.ସି.ଆଇ ବଞ୍ଚାଅ ଦିବସରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ଉପସଭାପତି ରଙ୍କନାଥ ସ୍ୱାଇଁ ଙ୍କ ସଭାପତିତ୍ୱରେ ସୋମବାର ଜଗନ୍ନାଥପୁର ସ୍ଥିତ ଏଫ ସି ଆଇ ଗୋଦାମ ସମ୍ମୁଖରେ ଗଣଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଏଆଇକେଏସର ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡା, ଓଡିଶା କୃଷକ ସଭାର ନେତା ବସନ୍ତ ନନ୍ଦ, ସିପିଆଇ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ସୁଦର୍ଶନ ସ୍ୱାଇଁ, ଗୋପାଳ ପାଣିଗ୍ରାହୀ, ଭାଲ ଚନ୍ଦ୍ର ଷଡଙ୍ଗୀ, ବାବୁଲା ନାୟକ, ପ୍ରତାପ ନାୟକ , ଶଙ୍କର ସାହୁ , ପୀତବାସ ପଣ୍ଡା,ଏନ. ଗିରିଜା ପ୍ରସାଦ ରେଡ୍ଡୀ , ଦୁର୍ଯ୍ୟେଧନ ନାହାକ, ଗୁରୁନାଥ ପ୍ରଧାନ , ଦଣ୍ଡପାଣି ରେଡ୍ଡୀ, ନବୀନ ଗୈାଡ, ଗୋବିନ୍ଦ ସାହୁ ଓ ଗୁରୁଦେବ ବେହେରାଙ୍କ ସମେତ ବହୁ କୃଷକ ଓ ଶ୍ରମିକ ଏବଂ କୃଷକ ନେତା ମାନେ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ଜନମାରଣା ନିତି କୁ କଡା ସମାଲୋଚନା କରିଥିଲେ । ଏହାସହିତ କୃଷି ଓ ଖାଉଟି ବିରୋଧୀ ଆଇନ କୁ ତୁରନ୍ତ ହଟାଇବା ନିମନ୍ତେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ