ଛତ୍ରପୁର ଏନଏସିରେ ବିଜେଡିର ପ୍ରଚାର ଜୋରଦାର
ଛତ୍ରପୁର, (ଦେବଦତ୍ତ ମହାରଣା) :ଚଳିତ ପୌର ନିର୍ବାଚନରେ ଅଧ୍ୟକ୍ଷା ପଦବୀ ସମେତ ସମସ୍ତ କାଉନସିଲର ପଦବୀ ହାତେଇବା ପାଇଁ ସମସ୍ତ ଦଳ ପକ୍ଷରୁ ପ୍ରଚାର କାର୍ଯ୍ୟକୁ ଜୋରସୋରରେ କରାଯାଉଥିବା ବେଳେ ଆଜି ଅନ୍ତିମ ଦିନରେ ବିଜେଡି ପ୍ରଚାର କାର୍ଯ୍ୟକୁ ଜୋରସୋରରେ ଚଲାଇଥିବା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ଏନଏସିର ୧୧ ନଂ ୱାର୍ଡରେ ଏନଏସି ର ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀ ଓ ୧୧ ନଂ ୱାର୍ଡର କାଉନସିଲର ପ୍ରାର୍ଥିନୀ ସନ୍ତୋଷୀ ସେଠୀ ୱାର୍ଡର ପ୍ରତି ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ଆଧାର କରି ଲୋକଙ୍କ ପାଖରେ ପହଂଚି ଚଳିତ ଏନଏସି ନିର୍ବାଚନରେ ଶଙ୍ଖ ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ଉଭୟ ଅଧ୍ୟକ୍ଷା ଏବଂ କାଉନସିଲର ପ୍ରାର୍ଥିନୀଙ୍କୁ ଜୟଯୁକ୍ତ କରିବା ପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । ଏହି ପ୍ରଚାରରେ ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ବିଜେଡି ନଗର ସଭାପତି ବି. ରାଜୁବାବୁ, ଯୁବ ଆଇନଜୀବୀ ରଞ୍ଜନ କୁମାର ମହାପାତ୍ର, ସମାଜସେବୀ ଏସ୍. ରାମମୋହନ ରାଓ, ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀମାନେ ସାମିଲ ରହି ଉଭୟଙ୍କ ନିମନ୍ତେ ପ୍ରଚାର କରିଥିଲେ ।


