ଛତ୍ରପୁର ଏଲଆଇସି ଅଭିକର୍ତ୍ତା ସଂଗଠନ ତରଫରୁ ଧର୍ମଘଟ 

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ବୀମା କ୍ଷେତ୍ରରେ ଜିଏସଟି ପ୍ରତ୍ୟାହାର, ଗ୍ରାହକ ମାନଙ୍କୁ ବୋନସ ସେବା ବୃଦ୍ଧି କରିବା, ଅଭିକର୍ତ୍ତା ମାନଙ୍କୁ ସ୍ୱାଧୀନତା ପ୍ରଦାନ କରିବା ସହ ୯ଦଫା ଦାବୀ ନେଇ ଲାଇଫ ଇନସିଓରେନ୍ସ ଏଜେଣ୍ଟଏସ ଫେଡରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ନୋ ୱାକ୍ ନୋ ସରର୍ଭିସ୍ ଡାକରା ଦେଇ ସମଗ୍ର ଭାରତ ବର୍ଷ ଦିନିକିଆ ଧର୍ମଘଟ କରିଛନ୍ତି । ଏହାକୁ ସମର୍ଥନ ଜଣାଇ ଛତ୍ରପୁର ଶାଖା ପକ୍ଷରୁ ସ୍ଥାନୀୟ ଜୀବମ ବୀମା କାର୍ଯ୍ୟାଳୟ ସମ୍ମୁଖରେ ଛତ୍ରପୁର ଏଲଆଇସି ଅଭିକର୍ତ୍ତା ସଂଗଠନର ସମ୍ପାଦକ ମନ୍ମଥ କୁମାର ପାଢୀଙ୍କ ନେତୃତ୍ୱ ଧର୍ମଘଟ କରିଛନ୍ତି । ଦିନ ୧୦ଟାରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଏହି ଧର୍ମଘଟ ଅନୁଷ୍ଠିତ ହୋଇଥିଲ।। ଏଥିରେ ଡିଭିଜନ କୋଷାଧ୍ୟକ୍ଷ ଦୟାନିଧୀ ଦାଶ, ଛତ୍ରପୁର ସଂଗଠନର ଉପସଭାପତି ସିମାଞ୍ଚଳ ପଟ୍ଟନାୟକ, କୋଷାଧ୍ୟକ୍ଷ ଭାଷ୍କର ରାଓ, ଏସ.ଗୋବିନ୍ଦ ରେଡ୍ଡୀ, ସୁଶାନ୍ତ କୁମାର ଶତପଥୀ, ଦଣ୍ଡପାଣି ଦାଶ, ଶାନ୍ତୁନ କୁମାର ଶତପଥୀଙ୍କ ସମେତ ବହୁ ସଦସ୍ୟ ଉପସ୍ଥିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ