ଛତ୍ରପୁର ଏସଡିପିଓ ଭାବେ ଯୋଗଦେଲେ ଗୈାତମ କିଷାନ୍
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଗଂଜାମ ପୁଲିସ ଜିଲ୍ଲାର ଛତ୍ରପୁର ଏସଡିପିଓ ଭାବେ ୨୦୧୧ ବ୍ୟାଚର ଓପିଏସ୍ ପାଇଥିବା ଅଫିସର ଗୈାତମ କିଷାନ୍ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଛନ୍ତି । ଟ୍ରେନିଂ ସାରିବା ପରେ ପ୍ରଥମେ ସେ ଏଠାରୁ କାର୍ଯ୍ୟ ଆରମ୍ଭ କରୁଛନ୍ତି । କାର୍ଯ୍ୟରେ ଯୋଗଦାନ ପରେ ସେ କହିଛନ୍ତି ଯେ ମହିଳା, ଶିଶୁ ଓ ବରିଷ୍ଠ ନାଗରିକ ଆରମ୍ଭ କରି ଲୋକଙ୍କୁ ସୁରକ୍ଷା ଦେବାର ମୋର ପ୍ରଥମ ଲକ୍ଷ୍ୟ । ଏହାସହ ଗରୀବ ନିଷ୍ପେଶିତ , ଅବହେଳିତ ଅବସ୍ଥାରେ ଥିବା ଲୋକଙ୍କୁ ସାହାର୍ଯ୍ୟ କରିବା, ମୋ ସରକାର ମାଧ୍ୟମରେ ଜନସାଧାରଣଙ୍କ ସହ ପୋଲିସ ସୁସମ୍ପର୍କ ରକ୍ଷା କରି ଲୋକଙ୍କ ନିକଟତର ହୋଇ କାର୍ଯ୍ୟ କରିବା , ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର କରିବା ଓ ଯଥାଶୀଘ୍ର ସେବା ଯୋଗାଇବା ସହ ଅଂଚଳରୁ ଅପରାଧୀ ହଟାଇବା ପ୍ରଥମ କର୍ତ୍ତବ୍ୟ ହେବ ସେ କହିଛନ୍ତି ।


