ବିଜେପିର ମଣ୍ଡଳ ସଭାପତି ଚୟନ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଭାରତୀୟ ଜନତା ପାର୍ଟିର ଛତ୍ରପୁର ନିର୍ବାଚନମଣ୍ଡଳୀର ମଣ୍ଡଳ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହି ପ୍ରକ୍ରିୟାରେ ନିର୍ବାଚନମଣ୍ଡଳୀର ୮ ଗୋଟି ମଣ୍ଡଳରୁ ସଭାପତି ପାଇଁ ଆବେଦନ କରିଛନ୍ତି । ରାଜ୍ୟ ନିଷ୍ପତ୍ତି କରି ନାମ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଛତ୍ରପୁର ନିର୍ବଚନମଣ୍ଡଳୀର ନେତା ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଚୟନ ପ୍ରକ୍ରିୟା କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଗଂଜାମ ଜିଲ୍ଲା ନିର୍ବାଚନ ଅଧିକାରୀ ଶାରଦା ଶତପଥୀ,ରାଜ୍ୟ ସଂପାଦକ ବିଭୂତି ଜେନା, ଜିଲ୍ଲା ହରିଜନ ମୋର୍ଚ୍ଚାର ସଭାପତି ଚୈତନ୍ୟ ପ୍ରଧାନ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ନିରଞ୍ଜନ ମହାରଣା, ଭିକାରିପଲ୍ଲୀ ମଣ୍ଡଳ ସଭାପତି ଗାଣ୍ଡୁଧର ଗୌଡ, ଗଂଜାମ ଏନ୍ଏସି ମଣ୍ଡଳ ସଭାପତି କାନ୍ତାରୁ ଦଳାଇ, ରମ୍ଭା ମଣ୍ଡଳ ସଭାପତି ସିମାଞ୍ଚଳ ବାଡତ୍ୟା, ଛତ୍ରପୁର ମଣ୍ଡଳ ଉପସଭାପତି ସନ୍ତ ରାଉଳ, ଛତ୍ରପୁର ମଣ୍ଡଳ ସଂପାଦକ ବସନ୍ତ କୁମାର ବେହେରା, ସନ୍ତୋଷପୁର ମଣ୍ଡଳ ସଂପାଦକ ଧରଣୀଧର ସ୍ୱାଇଁ, ହୁମା ମଣ୍ଡଳ ସଂପାଦକ ଜଗଦାନନ୍ଦ ନାୟକ, ଉପସଭାପତି ପ୍ରସନ୍ନ କୁମାର ନାୟକଙ୍କ ସମେତ ପ୍ରତ୍ୟେକ ମଣ୍ଡଳର ପ୍ରମୁଖ ଏବଂ ସହ ପ୍ରମୁଖ, ଏମ୍ଆର ଏବଂ ଏଏମ୍ଆରଙ୍କ ସହ କିଛି ପ୍ରମୁଖ ନେତା ରହି ଏହି କାର୍ଯ୍ୟକ୍ରମ ସଂପାଦନ ହୋଇଥିଲା ।


