ଛତ୍ରପୁର ଠାରେ ଜିଲ୍ଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ପରିସର ରେ ଜିଲା ସ୍ତରୀୟ ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି, ଏହି ଅବସର ରେ ପଞ୍ଜିକରଣ ପତ୍ର ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକ ହେଉଛି ଦେଶ ର ମେରୁଦଣ୍ଡ, ବିଭିନ୍ନ କମ୍ପାନୀ ଗୁଡିକ ରେ ସ୍ଥାନୀୟ ଅଂଚଳ ର ଶ୍ରମିକ ମାନଙ୍କୁ ନିଯୁକ୍ତି ଦିଆଯାଉ, ଏହାର ତଡାରଖ କରିବା ଦାୟିତ୍ୱ ଶ୍ରମ ଅଧିକାରୀ ମାନଙ୍କ, ବିନା ଲାଇସେନ୍ସ ରେ ଠିକାଦାର ମାନେ ବିଭିନ୍ନ କାର୍ଯ୍ୟ କରୁଛନ୍ତି, ଏହାର ଯାଞ୍ଚ କରାଯାଉ ବୋଲି ସେ କହିଥିଲେ, ଏହା ସହିତ ନିର୍ମାଣ ଶ୍ରମିକ ହିତାଧିକାରୀ ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ପ୍ରଭାଗୀୟ ଶ୍ରମ ଆୟୁକ୍ତ,( ବ୍ରହ୍ମପୁର ) ବାବୁଚରଣ ଋଣ ପାତ୍ର, ଛତ୍ରପୁର ଜିଲା ଶ୍ରମ ଅଧିକାରୀ ବର୍ଷାରୀଣୀ ଜେନା , ସହକାରୀ ଶ୍ରମ ଅଧିକାରୀ ରଶ୍ମୀରେଖା ପଣ୍ଡା, ଆସିକା ସହକାରୀ ଶ୍ରମ ଅଧିକାରୀ ବି.ହୃଷିକେଶ ରାଓ, ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ । ଏହି ସମାରୋହ ରେ ୭୯୧ ଜଣ ହିତାକାରୀଙ୍କୁ ଶିକ୍ଷା ସହାୟତା ରାଶି ୬୧,୦୬,୦୬୦୦/- (ଏକଷଠି ଲକ୍ଷ ଛଅ ହଜାର ଛଅଶହ) ଟଙ୍କ।, ୪୪୬ ଜଣ ହିତାକାରୀ ଙ୍କୁ ବିବାହ ସହାୟତା ରାଶି୨,୨୦,୦୦,୦୦୦/- (ଦୁଇ କୋଟି କୋଡିଏ ଲକ୍ଷ) ଟଙ୍କ।, ୧୭ ଜଣ ହିତାକାରୀ ଙ୍କୁ ପ୍ରସୁତୀକାଳୀନ ସହାୟତା ରାଶି ୧,୭୦,୦୦୦ (ଏକ ଲକ୍ଷ ସତୁରୀ ହଜାର) ଟଙ୍କା, ୧୦୯ ହିତାକାରୀଙ୍କ ମନୋନୀତ ବ୍ୟକ୍ତିଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୨,୧୮,୦୦,୦୦୦/- ( ଦୁଇ କୋଟି ଅଠର ଲକ୍ଷ)ଟଙ୍କା, ୮୯ ଜଣ ହିତାକାରୀଙ୍କୁ ଅନ୍ଵେଷ୍ଟି କ୍ରିୟା ଜନିତ ସହାୟତା ରାଶି ୪,୪୫,୦୦୦/- (ଚାରି ଲକ୍ଷ ପଞ୍ଚାଳଶି ହଜାର) ଟଙ୍କ । ଏବଂ ଏହିପରି ୧୪୫୨ ଜଣ ହିତାକାରୀଙ୍କୁ ମୋଟ ୫,୦୫,୨୧,୦୦୦/- (ପାଞ୍ଚ କୋଟି ପାଞ୍ଚ ଲକ୍ଷ ଏକୋଇ ଇଶି ହଜାର ଟଙ୍କା) ଏବଂ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡରେ ୦୨ ଜଣ ହିତାକାରୀଙ୍କ ମନୋନୀ ନୀତ ବ୍ୟକ୍ତିଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୨,୦୦,୦୦୦/- (ଦୁଇ ଲକ୍ଷ) କ୍ଷ)ଟଙ୍କା ସିଧା ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପଠାଯିବ । ଏହି ସମାରୋହରେ ୪୦୦ ଜଣ ଜଣ ନୂତନ ହିତାକାରୀ ଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ଓ ୧୦୦ ଜଣ ହିତାକାରୀ ଙ୍କୁ ଓଡିଶା ଅଣ ସଂଗଠିତ ଶ ଶ୍ରମିକ ସାମାଜିକ ସୁରକ୍ଷା ଅଧୀନରେ ପରିଚୟ ପତ୍ର ପ୍ରଦାନ କରାଯାଇଅଛି । ସମସ୍ତ କାର୍ଯ୍ୟକ୍ରମ କୁ ଛତ୍ରପୁର ଜିଲା ଶ୍ରମ ଅଧିକାରୀ ବର୍ଷାରାଣୀ ଜେନା ପରିଚାଳନା କରିଥିବା ବେଳେ ଶେଷରେ ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ର ସହକାରୀ ଶ୍ରମ ଅଧିକାରୀ ରଶ୍ମିରେଖା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।