ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର “ଯୁବ ଓଡିଶା ଓ ନବୀନ ଓଡିଶା “କାର୍ଯ୍ୟକ୍ରମ ଉଦଯାପିତ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ର ଉଦଯାପନୀ ସମାରୋହ ଅନୁଷ୍ଠାନ ର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ଙ୍କ ପୌରୋହିତ ରେ ଅନୁଷ୍ଠିତ ହୋଇଯାଇଛି। ଏହି ସମାରୋହ ରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ମାନ୍ୟବର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇ ରାଜ୍ୟ ସରକାର ଙ୍କ ଏହି କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହିତ ଏହା ଦ୍ଵାରା ଛାତ୍ରୀ ମାନଙ୍କର ଅନ୍ତରନିହିତ ଗୁଣ ର ବିକାଶ ଘଟିବ ବୋଲି ମତ ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରବି ନାରାୟଣ ବେହେରା ଓ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ ଯୋଗ ଦେଇଥିଲେ। ଅନୁଷ୍ଠାନ ର ନୂଆ ଓଡିଶା କାର୍ଯ୍ୟକ୍ରମ ର ନୋଡାଲ ଅଫିସର ଡ଼ଃ. ମିନତୀ ମହାପାତ୍ର ୨୨ ଦିନଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ର ବିବରଣୀ ପାଠ କରିଥିଲେ l ଅଧ୍ୟାପିକା ଜୋଷ୍ଣା ରାଣୀ ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ l ଅଧ୍ୟକ୍ଷା ଶ୍ରୀମତୀ ସାମନ୍ତରାୟ ସମସ୍ତ ଅତିଥି ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ। ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଅନ୍ତର୍ଭୂକ୍ତ କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିବା ଆର. ସି. ଏମ ବିଜ୍ଞାନ ମହାବିଦ୍ୟାଳୟର ଟି. ଶିବାନନ୍ଦ ବର୍ମା ଙ୍କୁ ମୁଖ୍ୟ ଅତିଥି ସାନମାନିତ କରିଥିଲେ l ଅଧ୍ୟାପିକା ଶ୍ରୀମତୀ କ୍ରିଷ୍ଣା ହୋତା ଉପସ୍ଥିତ ଅତିଥି, ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଅନୁଷ୍ଠାନ ର ସମସ୍ତ ଅଧ୍ୟାପିକା କର୍ମଚାରୀ ଓ ବହୁ ଛାତ୍ରୀ ଯୋଗ ଦେଇଥିଲେ l ଶେଷରେ ଅଧ୍ୟାପିକା କିରଣ ଵାଳା ରଥ ଙ୍କ ନିର୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l


