ତପ୍ତପାଣି ଘାଟିରେ ଓଲଟିଲା ଗୋଡି ବୋଝେଇ ଟିପର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶୁକ୍ରବାର ମଧ୍ୟାହ୍ନରେ ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ତପ୍ତପାଣି ଘାଟିରେ ଏକ ଗୋଡି ବୋଝେଇ ଟିପର ଓଲଟି ପଡ଼ିଥିବା ଜଣାପଡିଛି । ଘଟଣାସ୍ଥଳରେ କେହି ଗୁରୁତର ହୋଇନଥିବା ବେଳେ ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ଖବରନୁଯାୟୀ , ଶୁକ୍ରବାର ଦିନ ସାଢେ ୧୨ ଘଣ୍ଟା ସମୟରେ ଟିପର ଟି ଗଜପତିରୁ ଗୋଡି ଧରି ଘାଟି ଓହ୍ଲାଉଥିବା ବେଳେ ଚାଳକ ଗାଡିରୁ ନିୟନ୍ତ୍ରଣ ହରାଇ ବସିଥିବା ଯୋଗୁଁ ଗାଡ଼ିଟି ରାସ୍ତା କଡ଼ରେ ଓଲଟି ପଡିଥିଲା । ତେବେ ଚାଳକଙ୍କ ଜୀବନ ସୁରକ୍ଷିତ ରହିଥିବା ବେଳେ ଖବରପାଇ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନିର୍ଦ୍ଦେଶକ୍ରମେ ପୋଡାମାରୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ କରି ଫେରିଥିବା ଜଣାପଡିଛି ।


