ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ନୁଆଁଖାଇ ଭେଟ ଘାଟ -୨୦୨୨ ପାଳିତ
ଛତ୍ରପୁର, (ଦେବଦତ୍ତ ମହାରଣା):ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ସମଗ୍ର ଓଡିଶା ରେ ପାଳିତ ହୋଇ ଆସୁଅଛି I ଚାଷ ଦ୍ୱାରା ମାଟି ମା ର କୋଳରୁ ସଂଗୃହିତ ଫସଲ ପ୍ରଥମେ ଦେବା ଦେବୀଙ୍କୁ ଅର୍ପଣ କରି ତାହାକୁ ସ୍ୱସ୍ନେହେ ଓ ଆନନ୍ଦର ସହ ଗ୍ରହଣ କରିଥାନ୍ତି I ସେହି ସମୟରେ ଆନନ୍ଦ ଉଲ୍ଲାସ ନାଚ ଗୀତର ଆସର ଜମେ I ଏହି ଅବସର ରେ ଆଜି ଗଞ୍ଜାମ ଜ଼ିଲ୍ଲାର ସଦରମହକୁମା ଛତ୍ରପୁର ସ୍ଥିତ ସଂସ୍କୃତି ଭଵନ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ -୨୦୨୨ କାର୍ଯ୍ୟକ୍ରମ ରେ ଶ୍ରୀ କ୍ରିଷ୍ଣା ଗୋବିନ୍ଦ ହରେ ମୁରାରୀ, ନୂଆ ଧାନ ଦେଇ ଯୋଡ଼ା ହାତେ ଗୁହାରି କରୁଛି ତୋତେ, ମା ସମଲେଇ ଓ ରଙ୍ଗବତୀ ଭଳି ବିଭିନ୍ନ ସମ୍ବଲପୁରୀ ନୃତ୍ୟ ରେ ତଳେ ତଳେ ଦୁଲୁକିଲା ମଞ୍ଚ I ଦର୍ଶକ ମାନେ ମନ ଖୋଲି ଖୁସିଜାହିର କରିଥିଲେ l ଜ଼ିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବୁଧବାର ସନ୍ଧ୍ୟା ରେ ସ୍ଥାନୀୟ ଜ଼ିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ” ନୂଆଖାଇ ଭେଟଘାଟ “-୨୦୨୨ ନୃତ୍ୟ ସମାବେଶ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ୍ କୁମାର ପରିଡା ଙ୍କ ପୌରହିତ୍ୟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଓଡିଶା ର ପ୍ରାଚିନ ପର୍ବ, କୃଷି ର ପର୍ବ, ସମ୍ପର୍କ ପର୍ବ ନୂଆଁଖାଇ ପର୍ବ ଉପରେ ଆଲୋକପାତ କରିଥିଲେ l ଅନ୍ୟତମ ସମ୍ମାନିତ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ଡ଼. ପ୍ରତାପ କୁମାର ସାହାଣୀ ଓ ସଂସ୍କୃତି ବିଭାଗ ର ପୂର୍ବତନ ସହ -ନିର୍ଦେଶକ କୃଷ୍ଣ ଚନ୍ଦ୍ର ନିଶଙ୍କ , ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ହରି ଚରଣ ମିଶ୍ର,ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଭାରତ ଲୀଳା ଗୁରୁ ରଙ୍କନିଧି ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୁଆଁଖାଇ ଏକ ଭାଇଚାରା ର ପରବ ବୋଲି କହିଥିଲେ l ବେଗୁନିଆପଡା ବ୍ଲକ କଳା ସଂଘର ଉପସଭାପତି ମହେଶ୍ୱର ବରାଡ଼ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ଗୋଳାବନ୍ଧ ର ଆର୍ମି ପବ୍ଲିକ ସ୍କୁଲ, ବ୍ରହ୍ମପୁର ର ଆଙ୍ଘର ନୃତ୍ୟୟନା, ଛତ୍ରପୁରର ପ୍ରଗତି କଳାକେନ୍ଦ୍ର, କଳାବିକାଶ କେନ୍ଦ୍ର, ତୁଡୁକପଲ୍ଲୀ ର ସ୍ୱପ୍ନା ଡ୍ୟାନ୍ସ ଇନ୍ଷ୍ଟିଟ୍ୟଟ ର କଳାକାର ମାନଙ୍କ ଦ୍ୱାରା ପଶ୍ଚିମ ଓଡିଶା ସମ୍ବଲପୁରୀ ଡ୍ୟାନ୍ସ ପରିବେଷିତ ହୋଇଥିଲା I ଶେଷରେ ଅତିଥି ମାନଙ୍କ ଦ୍ୱାରା କଳାକାର ମାନଙ୍କୁ ମାନପତ୍ର ଦେଇ ସାମ୍ମନିତ କରାଯାଇଥିଲା


