ଦିବ୍ୟାଙ୍ଗଙ୍କୁ ହୁଇଲ ଚେୟାର ପ୍ରଦାନ

ଯୋଡା, (ସମୀର କୁମାର ଦାସ):ଯୋଡା ପୌରପାଳିକା ପକ୍ଷରୁ ପ୍ରିତି ଅଗରୱାଲ ନାମକ ଆଜାଦବସ୍ତି ୫ନଂ ୱାର୍ଡର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଏକ ହୁଇଲ ଚେୟାର ପ୍ରଦାନ କରାଯାଇଛି। ଦିର୍ଘ ଦିନରୁ ସେ ଚଳପ୍ରଚଳ କରିପାରୁ ନଥିଲେ ମଧ୍ୟ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ହୁଇଲ ଚେୟାରଟିଏ କିଣି ପାରୁନଥିଲେ। ଏହା ଯୋଗାଇ ଦେବାପାଇଁ ସେ ପୌରାଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଅନୁରୋଧକ୍ରମେ ପୌରପାଳିକା ପକ୍ଷରୁ ତାଙ୍କୁ ଏହା ଯୋଗାଇ ଦିଆଯାଛି। ଏହି ବଦାନ୍ୟତା ପାଇଁ ପ୍ରିତିଙ୍କର ପିତା ସୁବାସ ଅଗରୱାଲ ପୌରାଧ୍ୟକ୍ଷ ଡ. ଜଗଦୀଶ ପ୍ରସାଦ ସାହୁଙ୍କୁ ଧନ୍ୟବାଦ ଦେଇ ତାଙ୍କ ଝିଅ ଚଳପ୍ରଚଳ କରିପାରୁନଥିବା ବେଳେ ଏହା ଖୁବ୍ ସହାୟକ ହେବବୋଲି ଗଣମାଧ୍ୟମରେ କହଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ