ଛତ୍ରପୁର ର ଦୁଇ କୋଚ୍ ବେଙ୍ଗାଲୁରରେ ସମ୍ବର୍ଦ୍ଧିତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ଜିଲ୍ଲା ଟାଇକୋଣ୍ଡ ସଂଘର ସିନିୟର ରୂପେ କାର୍ଯ୍ୟ କରୁଥିବା ତୃତୀୟ ଡାନ ବ୍ଲାକବେଲ୍ଟ ଇ .ଲଳିତ କୁମାର ଓ ଦ୍ୱିତୀୟ ଡାନ ବ୍ଲାକବେଲ୍ଟ ପ୍ରାପ୍ତ ସିଏଚ ପ୍ରସାଦ ନାୟକ ଜାତୀୟ ଟାଇକୋଣ୍ଡ କୋଚ୍ ଭାବେ ସ୍ୱୀକୃତି ପାଇଛନ୍ତି । ବେଙ୍ଗାଲୁର ର ସାଇ (ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ) ସେଣ୍ଟର ଠାରେ ୬ ସପ୍ତାହ ଧରି ଚାଲିଥିବା ଟାଇକୋଣ୍ଡ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗଦେଇ ଦୁହେଁ ଭଲ ପ୍ରଦର୍ଶନ କରିବା ସହିତ ଏନଆଇଏସ (ନେସନାଲ ଇନଷ୍ଟିଚ୍ୟୁଟ ଅଫ୍ ସ୍ପୋର୍ଟସ୍‌) ର ପ୍ରମାଣପତ୍ର ପାଇଛନ୍ତି । ଏହା ୮ ଜାନୁଆରୀ ୨୦୨୨ ଠାରୁ ୨୮ ଫେବୃୟାରୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଦୁହେଁ ଗଞ୍ଜାମ ଜିଲ୍ଲାରେ ବହୁ ସ୍ଥାନରେ ପିଲାମାନଙ୍କୁ ଟାଇକୋଣ୍ଡ ଶିକ୍ଷା ପ୍ରଦାନ କରୁଛନ୍ତି । ଜିଲ୍ଲାର ଟାଇକୋଣ୍ଡ ସଂଘର ସଭାପତି ଶ୍ରୀକାନ୍ତ ମହାନ୍ତି, ସମ୍ପାଦକ କେ. ମନୋଜ ପ୍ରଧାନ, ଡା. ଅନିତା ମିଶ୍ରଙ୍କ ସମେତ ସଂଘର ସମସ୍ତ ସଦସ୍ୟ ମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଆଗାମୀ ଦିନରେ ନୂତନ କୌଶଳରେ ଟାଇକୋଣ୍ଡ ତାଲିମ ପ୍ରଦାନ କରିବେ ବୋଲି ଦୁହେଁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ