ସରକାରୀ ଓକିଲଙ୍କ ପରଲୋକ
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଜେଏମଏଫସି କୋର୍ଟର ଏପିପି ତଥା ସରକାରୀ ଓକିଲ ସୌରୀ ପ୍ରସାଦ ବେହେରାଙ୍କ ହୃଦଘାତରେ ପରଲୋକ ଘଟିଛି । ଶୁକ୍ରବାର ସକାଳୁ ତାଙ୍କ ମୃତ୍ୟୁର ଖବର ପାଇ ଛତ୍ରପୁର ଅଂଚଳର ବହୁ ଆଇନଜିବୀ, କୋର୍ଟ କର୍ମଚାରୀ, ବନ୍ଧୁ ବାନ୍ଧବ ତାଙ୍କ ଗିଲଟିପେଟା ସ୍ଥିତ ବାସଭବନରେ ପହଂଚି ତାଙ୍କ ଶେଷ ଦର୍ଶନ କରିଥିଲେ । ତାଙ୍କ ମୃତ ଶରୀରକୁ ପାଲିଆ ଛତ୍ରପୁର ସ୍ଥିତ ଶ୍ମଶାନରେ ଦାହ କରାଯାଇଛି । ଶ୍ରୀ ବେହେରା ଜଣେ ବନ୍ଧୁ ବାତ୍ସଲ୍ୟ, ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଓ ମିଷ୍ଠଭାସୀ ବ୍ୟକ୍ତି ଥିବାରୁ ତାଙ୍କ ଅମର ଆତ୍ମାର ସତଗତି ନିମନ୍ତେ ଛତ୍ରପୁର ଏବଂ ଆଖପାଖ ଅଂଚଳର ଲୋକମାନେ ତାଙ୍କ ଶୋକ ପାଳନ କରିଛନ୍ତି ।


