ଛାତ୍ରଛାତ୍ରୀ ପରିଭ୍ରମଣ କଲେ ସୋନପୁର ବେଳାଭୂମି

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ସମସ୍ତ ଛାତ୍ରଛାତ୍ରୀ ଏବଂ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ମିଳିତ ଭାବେ ସୋନପୁର ବେଳାଭୂମିରେ ଶିକ୍ଷା ଭ୍ରମଣ କରିବା ସହ ଭୋଜିଭାତ କରି ମଜା କରିଥିବା ଜଣାପଡିଛି। ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ କିଶୋର ଚନ୍ଦ୍ର ଜେନା, ଅଧ୍ୟାପକ ବନମାଳୀ ବେହେରା, ଅଧ୍ୟାପକ ଅନୀଲ କୁମାର ଦାସ ଓ ଅଧ୍ୟାପିକା ଭାରତୀ ଗୌଡ଼ ଙ୍କ ତତ୍ତ୍ୱାବଧାନରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ମିଳିମିଶି ଶୃଙ୍ଖଳିତ ଭାବେ ନାଚ, ଗୀତ ଓ ଭୋଜନର ଆନନ୍ଦ ଉପଭୋଗ କରିଥିଲେ। ପ୍ରଥମ, ଦ୍ବିତୀୟ ଓ ଶେଷ ବର୍ଷ ଛାତ୍ର ଶଙ୍କର୍ଷଣ ପ୍ରଧାନ, ବିଶ୍ଵଜିତ ବିଷୋୟୀ, କବିରାଜ ଗୌଡ଼, କାହ୍ନୁ ଗୌଡ଼, ପବିତ୍ର ପ୍ରଧାନ, ଆଶିଷ ପ୍ରଧାନଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଏହି ସ୍ମରଣୀୟ ସ୍ମୃତି ସବୁଦିନ ପାଇଁ ମାନସ ପଟରେ ରହିବ ବୋଲି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ