ବାଲିପଦର ମହୋତ୍ସବ – ୨୦୨୩ “କୃଷ୍ଣସାର” ଉଦଯାପିତ

ବୁଗୁଡା, (ଅନିଲ କୁମାର ମହାରଣା):ତିନିଦିନ ବ୍ୟାପି ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ମହୋତ୍ସବ ୨୦୨୩ “କୃଷ୍ଣସାର” ଉଦଯାପିତ ହୋଇ ଯାଇଛି। ପ୍ରଥମ ଦିନ ଶିଳ୍ପୀ ଯୋଗୀ ମହାରଣା ସାଂସ୍କୃତିକ ସଂଧ୍ଯାରେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଦ୍ବୀତିୟ ଦିନ କବି କଳ୍ପତରୁ ଦାସ ସାଂସ୍କୃତିକ ସନ୍ଧ୍ଯାକୁ ଭଞ୍ଜନଗର ଉପ-ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଉଦଘାଟନ କରିଥିଲେ। ଅନ୍ତିମ ତଥା ତୃତୀୟ ଦିନ ସ୍ବାଧିନତା ସଂଗ୍ରାମୀ କତୋକଟା ବାଳକୃଷ୍ଣ ପାତ୍ର ସାଂସ୍କୃତିକ ସନ୍ଧ୍ଯାକୁ ବ୍ରହ୍ମପୁର ମହାରାଜା କ୍ରଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ରେଜିଷ୍ଟର ଆଡମିନଷ୍ଟେଟିଭ୍ ରାଜେନ୍ଦ୍ର ମିଞ୍ଜ୍ ମୁଖ୍ଯ ଅତିଥି ଭାବେ ଯୋଗଦେଇଥିଲେ। ମହୋତ୍ସବ ଦ୍ୱାରା ଯୁବ ସମାଜ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ପ୍ରତି ଆକୃଷ୍ଟ ହେବାସହ ସମାଜରେ ଭାଇଚାରା ସୃଷ୍ଟି ହୋଇ ପାରିବ ବୋଲି ଅତିଥି ବୃନ୍ଦ ମତ ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଖଣ୍ଡ ପୋଲିସ୍ ଅଧିକାରୀ ସୁଭ୍ରାଂଶୁ ଶେଖର ମିଶ୍ର, ଡି.ଏଫ.ଓ. ଦିଲ୍ଲୀପ କୁମାର ରାଉତ, ବିଶିଷ୍ଠ ଉପସ୍ଥାପକ ଦମ୍ପତି ହୁଷିକେଶ ପାଣିଗ୍ରାହୀ ଓ ସୁଦିପ୍ତା ପାଣିଗ୍ରାହୀ, ବୁଗୁଡା ବ୍ଳକ୍ ଅଧ୍ୟକ୍ଷା କେ.ପ୍ରିୟ ଦର୍ଶନୀ ଆଚାରୀ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ସ୍ବାଇଁ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ୪୧ ନଂ ଜିଲ୍ଲା ପରିଷଦ ସଦସ୍ୟା ସମିତା ସ୍ବାଇଁ, ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, କେ.ଅଶୋକ କୁମାର ପାତ୍ର, ସାରଥି ସ୍ବାଇଁ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ବି.ଡି.ଓ. ବାସୁଦେବ ନାୟକ, ବୁଗୁଡା ପୋଲିସ ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର, ବାଲିପଦର ଫାଣ୍ଡି ଅଧିକାରୀ ସମିର କୁମାର ବେହେରା, ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତ, ବନପାଳ ସୁକାନ୍ତ ପଟ୍ଟନାୟକ, ନିତେଶ୍ କୁମାର ସୁବୁଦ୍ଧି, ବସନ୍ତ ଦଳେଇ, କେ.ନୀଳମାଧବ ଆଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମହୋତ୍ସବ କମିଟି ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ଯରେ ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବାଲିପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର ସଂଯୋଜନା କରିଥିଲେ। କେ.ଅଶୋକ କୁମାର ପାତ୍ର, ଲିଙ୍ଗରାଜ ନାହାକ, ଇଂ.ବିପ୍ର ଚରଣ ପାତ୍ର, ସୂର୍ଯ୍ୟ ପରିଡା, ବିଶ୍ବନାଥ ରଣା, କବି ଅନନ୍ତ କର, ଶୁଳପାଣି ଶତପଥି, ଜି.ରାଜେଶ୍ବର ପାତ୍ର, କାର୍ତ୍ତିକେଶ୍ଵର ବିଷୋୟୀ ଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସ୍ୱରତ ପଣ୍ଡିତ ସିମାଞ୍ଚଳ ପଣ୍ଡା, ସ୍ବର୍ଗତ ରତ୍ନାକର ମହାରଣା, ସ୍ବର୍ଗତ ଜି.ପ୍ରତାପ ଚନ୍ଦ୍ର ପାତ୍ର, ସ୍ବର୍ଗତ ଶିବବ୍ରତ ନାୟକ, ସ୍ବର୍ଗତ କେ.କୃଷ୍ଣମୂର୍ତ୍ତି ଆଚାରୀଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା। ମହୋତ୍ସବ ଉଦ୍ଦେଶ୍ଯରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ମହୋତ୍ସବରେ ରାମଲୀଳା, ରଜାନାଟକ, ଦାସକାଠିଆ, ଚଢେୟା ନାଚ, ଦାଣ୍ଡିଆ, ଘଣ୍ଟ ବାଦ୍ୟ, ଢୋଲ ବାଦ୍ଯ, ସମ୍ବଲପୁରୀ, ଓଡିଶୀ, କଣ୍ଠ ସଂଗୀତ, ବିଭିନ୍ନ ଡ୍ୟାନ୍ସ, ପଲିଟିକାଲ ସର୍କସ, ମେଲୋଡି, ପ୍ରଜ୍ଞା କମେଡି, ମଣ୍ଟୁ ଛୁରିଆ ଓ ଶ୍ୟାମ ଭାଇ ଗ୍ରୁପ୍ ସଂଗୀତକୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ। ମହୋତ୍ସବ କମିଟି ପକ୍ଷରୁ କେ.ମନୋଜ କୁମାର ଆଚାରୀ, ଅଜିତ ମହାରଣା, ପୁର୍ଣ୍ଣ ଚନ୍ଦ୍ର ଜେନା ଉପ ସଂହାର ବକ୍ତବ୍ଯ ପ୍ରଦାନ କରିଥିଲେ। କୈଳାଶ ଚନ୍ଦ୍ର ପ୍ରଧାନ, ଜି. ମନୋଜ କୁମାର ପାତ୍ର, ଜି.ସଞ୍ଜିବ କୁମାର ପାତ୍ର, ଏ.ସର୍ଭିସ ଆଚାରୀ, କାହ୍ନୁ ଚରଣ ବାଡତ୍ୟା, ଅଜିତ ବଡୁ, ଶ୍ରୀଧର ବଡୁ, ରାଜେନ୍ଦ୍ର କୁମାର ମହାରଣା, ଖଲି ପରିଡା, ନାରାୟଣ ସାମନ୍ତରା, ଡି.ଗୋପାଳ ଆଚାରୀ, ଜି.ରାହୁଲ ପାତ୍ର, ପୁରୁଷୋତ୍ତମ ନାଥ, ଆଜାଦ୍ ନାୟକ, ପ୍ରଶାନ୍ତ କୁମାର ପ୍ରଧାନ, ବୃନ୍ଦାବନ ମହାନ୍ତି, ଜି.ଉମା ଶଙ୍କର ପାତ୍ର, ରବିନ୍ଦ୍ର କୁମାର ନାୟକଙ୍କ ସମେତ କମିଟି ସଦସ୍ଯ, ସ୍ବେଚ୍ଛାସେବୀ ଓ ପୋଲିସ୍ ପ୍ରଶାସନ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ