ଛାତ୍ର ସଂସଦ ନିର୍ବାଚନ ତୁରନ୍ତ କର- ଯୁବ ଛାତ୍ର କଂଗ୍ରେସ

ବ୍ରହ୍ମପୁର, (ଅନିଲ କୁମାର):ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ହେଉଛି ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ଯାହାକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଅବସ୍ଥାପିତ ହୋଇଅଛି । ପୂର୍ବତନ ଚିଫ୍ ଜଷ୍ଟିସ ତଥା ଓଡ଼ିଶା ବିଧାନସଭା ର ବାଚସ୍ପତି ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ର ପ୍ରଥମ କୁଳପତି ଲିଙ୍ଗରାଜ ପାଣିଗ୍ରାହୀଙ୍କ ନାମ ରେ ଏହି ମହାବିଦ୍ୟାଳୟ ନାମିତ ହୋଇ ୧୯୬୮ ମସିହାରେ ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ପର୍ଯ୍ୟାୟକ୍ରମେ ଏଠାରେ ଆଇନରେ ସ୍ମାତକତ୍ତର (ଏଲ.ଏଲ.ଏମ) ପାଠ୍ୟକ୍ରମ ୧୯୯୫ ମସିହାରେ ଆରମ୍ଭ ହୋଇଥିଲା । କିନ୍ତୁ ଦୁଃଖ ର ବିଷୟ ଏହିକି ଯେ ସର୍ବପୁରାତନ ମହାବିଦ୍ୟାଳୟ ରେ ଅଚାନକ ଭାବେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଏଲ.ଏଲ.ଏମ ପାଠ୍ୟକ୍ରମ କୁ ବନ୍ଦ କରିଥିଲେ ।ଅବାଞ୍ଚିତ ଭାବେ ଅଧ୍ୟପକ ନଥିବା କଥା କହି ଏହି ନିଷ୍ପତି ନିଆଯାଇଛି , ଯାହାକି ଦକ୍ଷିଣ ଓଡ଼ିଶାର ସମଗ୍ର ପୁରାତନ ଛାତ୍ର ଓ ଆଇନଜୀବୀ ଙ୍କୁ ବ୍ୟଥିତ କରିଛି । ରାଜ୍ୟ ସରକାର ଉତ୍ତମ ଶିକ୍ଷା ବ୍ୟବସ୍ଥା ସହ ସ୍ମାର୍ଟ କ୍ଲାସ ରୁମ ନାଁ ରେ ସଫଳତା ଡିଣ୍ଡିମ ପିଟୁଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀ ,ମନ୍ତ୍ରୀ ଓ ବାଚସ୍ପତି ପ୍ରତୀନିନ୍ଦିତ୍ୱ କରୁଥିବା ଜିଲ୍ଲାରେ ମଧ୍ୟ ଏହି ଅବହେଳା କିପରି ହେଉଛି ତାହା ସାଧାରଣ ରେ ପ୍ରଶ୍ନ । ଏହାସହ ବାଚସ୍ପତି ,ଜିଲ୍ଲା ର ପ୍ରାୟ ବିଧାୟକ, ସାଂସଦ ,ମେୟର ଯିଏ କି ଏହି କଲେଜ ରୁ ଶିକ୍ଷା ଲାଭ କରିଛନ୍ତି । କିନ୍ତୁ ଦୁଃଖ ର ବିଷୟ ଏଯାବତ ସେମାନଙ୍କ ପକ୍ଷରେ ପଦୁଟିଏ ମଧ୍ୟ ଶୁଣିବାକୁ ମିଳିନାହିଁ ।ଦୃଭାଗ୍ୟ ର କଥା ହେଉଛି ଏହି ମହାବିଦ୍ୟାଳୟ ରେ ଏଯାବତ ଛାତ୍ରଛାତ୍ରୀ ମାନଙ୍କ ଉତ୍ସାହ ରହିଛି ପାଠ ପଢିବାପାଇଁ କିନ୍ତୁ ଦୁଃଖ ର କଥା ଅଧ୍ୟାପକ ନାହାନ୍ତି କହି ପାଠ୍ୟକ୍ରମ କୁ ବନ୍ଦ କରିଦିଆଯାଉଛି । ଶିକ୍ଷା ଓ ଶିକ୍ଷାକ ଯୋଗେଇବାର କାର୍ଯ୍ୟ ହେଉଛି ସରକାର ଏବଂ କତ୍ତୃପକ୍ଷ ଙ୍କର ,କିନ୍ତୁ ଅଧ୍ୟପାକ ପଦବୀ ପୂରଣ ନକରି ପାଠ୍ୟକ୍ରମ କୁ ଏହି ଆଳରେ ବନ୍ଦ କରିଦେବା ଏକ ପ୍ରକାର କତ୍ତୃପକ୍ଷ ଙ୍କ ର ପିଲାଳିଆମୀ ଛଡା କିଛି ନୁହଁ । ଏଣୁ ଆମେ ପ୍ରତିବାଦ ର କରିବା ମୁଖ୍ୟ କାର୍ଯ୍ୟ ହେଉଛି ଦକ୍ଷିଣ ଓଡ଼ିଶାର ଏକ ସରକାରୀ ଶିକ୍ଷା ଅନୁଷ୍ଠାନ ରେ ଯଦି ଏଲ.ଏଲ.ଏମ ପାଠ୍ୟକ୍ରମ କୁ ବନ୍ଦ କରିଦଉଛନ୍ତି ଏଥିରେ ରାଜ୍ୟ ସରକାର ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଯଦି ଚୁପ ହୋଇବସିବେ ତା ଠାରୁ ଦୃଭାଗ୍ୟ ର କଥା କିଛି ନାହିଁ ।ମାଳ ମାଳ ଆଇନଜୀବୀ,ନେତା ମନ୍ତ୍ରୀ ,ଉଚ୍ଚପଦସ୍ଥ ଅଧିକାରୀ ପ୍ରଦାନ କରିଥିବା ମହାବିଦ୍ୟାଳୟ ର ଅବସ୍ଥା ନ କହିବା ଭଲ , ନା ଅଛି ଶିକ୍ଷାଗତ ବାତାବରଣ ନା ଅଛି ଭିତ୍ତିଭୂମି ବର୍ତ୍ତମାନ ସମୟରେ ନାହିଁ ନାହିଁ ରେ ଚାଲିଛି ଏହି ମହାବିଦ୍ୟାଳୟ ,ଯାହାକି ସମ୍ପୂର୍ଣ୍ଣ ରୂପେ ଭଗ୍ନସ୍ତୃପ ଅବସ୍ଥାରେ ଅଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଏହି ମହାବିଦ୍ୟାଳୟ ଟି ସଦା ସର୍ବଦା ବୈମାତୃକ ମାନଭାବ ରେ ଶିକାର ହୋଇଆସୁଛି ,ସରକାରୀ ସହାୟତା ଏଠାରେ ରେ ବହୁଦୂରରେ ।
ଆପଣମାନେ ଜାଣନ୍ତି ଯେ ବିଗତ ଦିନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ହେତୁ ଛାତ୍ର ନେତା ଙ୍କ ପ୍ରଚେଷ୍ଟା ରେ ମହାବିଦ୍ୟାଳୟ ର ସ୍ୱାର୍ଥ ରକ୍ଷା ପାଇଁ ସଦାସର୍ବଦା କାର୍ଯ୍ୟକରି ଆସୁଥିଲେ ,କିନ୍ତୁ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ ଆଳ ଦେଖେଇ ନିର୍ବାଚନ ବନ୍ଦ କରୁଛନ୍ତି ରାଜ୍ୟ ସରକାର l ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପଛରେ ସରକାର ଙ୍କ ହୀନଚକ୍ରାନ୍ତ କାର୍ଯ୍ୟ କରୁଛି ,ଯାହାକି ଛାତ୍ର ମାନେ ହିଁ ଅନ୍ୟାୟ ,ଦୃନୀତି ,ଅରାଜକତା ବିରୁଦ୍ଧରେ ଲଢେଇ କରନ୍ତି ଯାହାର ମୂଳଦୁଆ କଲେଜ କ୍ୟାମ୍ପସ ମଧ୍ୟରୁ ହିଁ ଆରମ୍ଭ ହୋଇଥାଏ । ଏହାଦ୍ୱାରା ଛାତ୍ରଙ୍କ ସ୍ୱରକୁ ସମ୍ପୁର୍ଣ୍ଣ ରୂପେ ଦମନ କରି ସମାଜର ସ୍ୱରକୁ ଦମନ କରିବା ଏବଂ ଛାତ୍ର ମାନେ କ୍ୟାମ୍ପସ ରୁ ହିଁ ନେତୃତ୍ୱ ନେଇ ବିଭିନ୍ନ ଦାଇତ୍ୱ ନିର୍ବାହ ସହ ଦେଶ ଓ ରାଜ୍ୟର ନେତୃତ୍ୱ ନେଇଥାନ୍ତି ,ଏଣୁ ନୈତିକତା ଏବଂ ରାଷ୍ଟ୍ର ର ସ୍ୱାର୍ଥ ଓ ଅନ୍ୟାୟ ବିରୋଧୀ ସ୍ୱର ପାଇଁ ଛାତ୍ର ସଂସଦ ନିର୍ବାଚନ ନିଶ୍ଚିତ ରୂପେ ଆବଶ୍ୟକ ରହିଛି ।
ଏଣୁ ମୁଖ୍ୟମନ୍ତ୍ରୀ ଛାତ୍ର ସଂସଦ ନିର୍ବାଚନ ପାଇଁ ଅନୁମତି ଦେବା ସହ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ରେ ପୂର୍ବ ପରି ଏଲ.ଏଲ.ଏମ ପାଠ୍ୟକ୍ରମ କୁ ଚାଲୁ କରିବାକୁ ଆମ୍ଭେ ଦାବିକରୁଛୁ ।ଏହି କାର୍ଯ୍ୟକ୍ରମ ରେ ଆଇନଜୀବୀ ତଥା ପିସିସି ମୁଖପାତ୍ର ପୀତବାସ ପଣ୍ଡା ,ବିକାଶ ନାୟକ,ଚିନ୍ମୟ କୁମାର ହୋତା,ତତ୍ ସତ୍ ସୁବୁଦ୍ଧି, ସୁପ୍ରଭା ଦାସ,ପତିତ ଗନ୍ତାୟତ, ଅଶୋକ ସାହୁ,ବିଶ୍ୱଜିତ ସେଠୀ, ରୀଙ୍କୁ ବାରିକ,ରାଜେଶ ସେଠି,ଆଶିଷ ଦଳେଇ, ଅଜୟ ନାୟକ,ଜିତୁ ଘଡେଇ,ଜଗନ୍ନାଥ ନାୟକ,ସମ୍ବି ରାଉତ,ନରେଶ ଘଡେଇ,ଭାସ୍କର ନାୟକ,ତାରିଣୀ ମାଝୀ, ସନ୍ତୋଷ ପାତ୍ର, ଟିକିନା ପ୍ରଧାନ,ସୁରେଶ ନାହାକ ,ରିପକ ସୁବୁଦ୍ଧି ପ୍ରମୁଖ ଆଇନଜୀବୀ ,ଆଇନ ଛାତ୍ର ଯୁବ -ଛାତ୍ର କଂଗ୍ରେସ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ