ସ୍କାଉଟସ୍ ଗାଇଡସ୍‌ର ୧୪୩ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥାର ୧୪୩ତମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ତା୨୦.୦୭.୨୦୨୩ରିଖ ଦିନ ୧୨ ଘଟିକା ସମୟରେ ଆୟୋଜିତ ହୋଇଥିଲା । ରାଜ୍ୟ ମୁଖ୍ୟ କମିଶନର ଡଃ. କାଳି ପ୍ରସାଦ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ ବୈଠକରେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ସ୍ୱାଗତ ଅଭିଭାଷଣ ପରେ ଓଡିଶାର ବିଭିନ୍ନ ଜିଲ୍ଲାର ଦିବଂଗତ ସ୍କାଉଟ୍ ଗାଇଡ଼୍‌ର ସଭ୍ୟ ସଭ୍ୟାମାନଙ୍କର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ବିଗତ ବର୍ଷରେ ରାଜ୍ୟ ସଂସ୍ଥା ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରାଯିବା ସଂଗେ ସଂଗେ ଆଗାମୀ ବର୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକର ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଏତଦ୍‌ବ୍ୟତୀତ ବିଗତ ବର୍ଷର ଆୟବ୍ୟୟ ସମୀକ୍ଷା କରାଯାଇ ଆଗାମୀ ବର୍ଷର ଆର୍ଥିକ ଖର୍ଚ୍ଚ ଅଟକଳ କମିଟି ଦ୍ୱାରା ଅନୁମୋଦନ ଲାଭ କରିଥିଲା । ଜାତୀୟ ତଥା ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ଯୁବପୀଢ଼ି ମାନଙ୍କ ପାଇଁ ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଯଥା ଆନ୍ତର୍ଜାତୀକ ସାଂସ୍କୃତିକ ଜାମ୍ବୋରୀ, କର୍ଣ୍ଣାଟକ ଏବଂ ଜାତୀୟ ଜାମ୍ବୋରୀ ରାଜସ୍ଥାନ ଠାରେ ଅନୁଷ୍ଠିତ ହୋଇଥିଲା । ଝଙ୍କଗ୍ଦଗ୍ଧବଦ୍ଭବଭକ୍ଷର ଊରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧ ଏକ୍ଟବକ୍ଷ, ସ୍ୱଚ୍ଛ ଭାରତ ଅଭିଯାନ, ଟାଇଡ୍ ଟର୍ନର ପ୍ଲାଷ୍ଟିକ ଚ୍ୟାଲେଞ୍ଜ, ୟୁ-ରିପୋର୍ଟର ଇଣ୍ଡିଆ, ୟୁଥ ଫର ୱାଟର ପ୍ଲସ, ଟିକେଟ ଟୁ ଲାଇଫ୍‌, ମେସେଞ୍ଜର ଅଫ୍ ପିସ୍ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମଗୁଡ଼ିକରେ ରାଜ୍ୟ ବିଶେଷ ସଫଳତା ପାଇଥିବାରୁ କମିଟିରେ ଆନନ୍ଦ ପ୍ରକାଶ ପାଇଥିଲା । ଭବିଷ୍ୟତରେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟ ମୁଖ୍ୟ କମିଶନର ଡଃ. ମିଶ୍ର ସଭ୍ୟମାନଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀମାନେ ଯୋଗଦେଇଥିଲେ । ପରିଶେଷରେ ଢ଼େଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ନିବେଦିତା ପାଣି ସମସ୍ତ ସଭ୍ୟଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭା ଭଙ୍ଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ