ଜଗନ୍ନାଥ ପ୍ରସାଦ ୱେବ୍ ମିଡିଆ ସାମ୍ବାଦିକ ମାନଙ୍କ ସାଧାରଣ ବୈଠକ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ସ୍ଥିତ ଲଙ୍କାଗଡ ଠାରେ ଜଗନ୍ନାଥ ପ୍ରସାଦ ୱେବ୍ ମିଡିଆ ସାମ୍ବାଦିକ ମାନଙ୍କ ର, ଆଜି ଏକ ସାଧାରଣ ବୈଠକ ଏବଂ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରକାର ବିଷୟରେ ଆଲୋଚନା ହୋଇଥିଲା l ଏଥିରେ ଜନସାଧାରଣ ମାନଙ୍କର ସମସ୍ୟା କିପରି ପ୍ରଶାସନ ପାଖରେ କିଭଳି ପହଁଞ୍ଚିବ ତାହା ଉପରେ ଗୁରୁତ୍ଵାରୋପ କରାଯାଇଥିଲା l ତାହା ସହିତ ସରକାର ଙ୍କ ର ବ୍ଲକ ସ୍ତରରେ ଆସୁଥିବା ବିଭିନ୍ନ ଯୋଜନା ବହୁତ ଜନସାଧାରଣ ପାଇ ପାରୁନାହାନ୍ତି, ଏହା ପାଇଁ କିଭଳି ସେମାନଙ୍କୁ ଅଧିକାର ଦିଆଯିବ ବ୍ଲକ ସ୍ତରରେ ଥିବା ସାମ୍ବାଦିକ ମାନେ ଏହାର ପର୍ଦ୍ଦା ଫାଶ କରିବା ପାଇଁ ସଙ୍ଗରେ ଥିବା ସମସ୍ତ ସାମ୍ବାଦିକ ଭାଇ ମାନେ ଏହାକୁ ସଂକଳ୍ପ ନେଇ ଥିଲେ lଏହି ସାଧାରଣ ବୈଠକରେ ବରିଷ୍ଠ ସାମ୍ବାଦିକ ଶ୍ରୀ ନିରାକାର ସାହୁ ପୌରହିତ୍ଯ କରିବାସହ ସାମ୍ବାଦିକ ଲକ୍ଷ୍ମୀ ନାରାୟଣ ବେହେରା, ପ୍ରିୟବ୍ରତ ନାୟକ , ଚିତ୍ରସେନ ପ୍ରଧାନ , ଗିରିଷ ଚନ୍ଦ୍ର ସାହୁ, ପବିତ୍ର କୁମାର ମହାପାତ୍ର , ଆସିସ୍ କୁମାର ଗୌଡ , ନଚିକେତା ପ୍ରଧାନ , ମନୋଜ କୁମାର ଗୌଡ , ଜଗନ୍ନାଥ ପ୍ରଧାନ , ନିଲୁ ବିଶୋଇ, ସୂର୍ଯ୍ୟନାରାୟଣ ପଣ୍ଡା , ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ