ଜଗନ୍ନାଥ ମନ୍ଦିରର ନବମ ବାର୍ଷିକୀ ପ୍ରତିଷ୍ଠା ଉତ୍ସବ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ଆନନ୍ଦବଜାର ସ୍ଥିତ “ପ୍ରାଚୀ ଶ୍ରୀକ୍ଷେତ୍ର” ଜଗନ୍ନାଥଙ୍କ ମନ୍ଦିର ର ନବମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ମନ୍ଦିର ପରିସରରେ ଥିବା ପ୍ରାଚୀ ବିଶ୍ଵନାଥ ମନ୍ଦିର ର ରତ୍ନମୁଦ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶତାଧିକ ଭକ୍ତ ମାନଙ୍କ ଦ୍ଵାରା ପବିତ୍ର ପ୍ରାଚୀ ନଦୀରୁ କଳସ ରେ ଜଳ ଆଣି ବିରାଟ ଶୋଭାଯାତ୍ରା ରେ ମନ୍ଦିର ପରିସରରେ କଳସ ସ୍ଥାପନା କରାଯାଇଥିଲା। ପଣ୍ଡିତ ରବି ନାରାୟଣ କର ଓ ଅମୂଲ୍ୟ କୁମାର କରଙ୍କ ନେତୃତ୍ୱରେ ପଣ୍ଡିତ ଲକ୍ଷ୍ମୀଧର ମିଶ୍ର, ନିରଞ୍ଜନ ମିଶ୍ର, ଶରତ ମିଶ୍ର, ଅରୁଣ ତ୍ରିପାଠୀ, ମନୋରଞ୍ଜନ କର, ଚନ୍ଦନ ମିଶ୍ର, ଜ୍ୟୋତି ଶଙ୍କର ଶତପଥୀ, କାଳୀ ପ୍ରସାଦ ମିଶ୍ର ଓ ପଣ୍ଡିତ ନୀଳକଣ୍ଠ ଙ୍କ ସହଯୋଗରେ ଯଜ୍ଞ ଓ ରତ୍ନ ମୁଦ କାର୍ଯ୍ୟ ଭକ୍ତିମୟ ପରିବେଶରେ ସମାପନ ହୋଇଥିଲା। ଭକ୍ତମାନଙ୍କ ଦ୍ଵାରା ପ୍ରଦତ୍ତ ସୁନା, ରୂପା, ଧାନ , ଅର୍ଥ ଇତ୍ୟାଦି ଦ୍ରବ୍ୟ ଓ ଧାତୁ ରେ ମନ୍ଦିର ର ରତ୍ନମୁଦ ସମାପନ ହୋଇଥିଲା । ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ଆନନ୍ଦ ବଜାର ର ସଭାପତି ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ନାୟକ ଓ ସମସ୍ତ ସଭ୍ୟ, ଗ୍ରାମବାସୀ ଙ୍କ ଅକ୍ଲାନ୍ତ ପରିଶ୍ରମ ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଛି। ଏହି ଯଜ୍ଞ ଦୁଇ ଦିନ ଧରି ଚାଲିଥିଲା। ଏହି ସମୟରେ ପାଖ ଅଞ୍ଚଳ ରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ସର୍ବ ଶେଷରେ ମହାପ୍ରସାଦ ସେବନ କରି ଶତାଧିକ ଭକ୍ତମାନେ ଏହି ପର୍ବରେ ନିଜକୁ ସାମିଲ କରି ପ୍ରାଚୀ ଶ୍ରୀକ୍ଷେତ୍ର ଆନନ୍ଦ ବଜାର ର ମଜା ନେଇଥିଲେ।


