ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଗୁଆଳି ଗୁରୁତର

ରାଇରଙ୍ଗପୁର-ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ଅଧିନସ୍ଥ ବାଦାମ ପାହାଡ଼ ବନାଞ୍ଚଳ ଅନ୍ତର୍ଗତ ଉକାମପାହାଡରେ ଗତକାଲି ତିନି ଜାଗାରେ ନିଆଁ ଲାଗି ଯାଇଥିଲା । ସେଠାରେ ଟିଆକାଠି ବନ ସୁରକ୍ଷା ସମିତି ସଦସ୍ୟଙ୍କ ଜଗୁଆଳି ନିଆଁ ଲିଭାଇବାକୁ ଯାଇଥିଲା । ସାମନା ପଟୁ ପବନ ବହିବାରୁ ନିଆଁର ଧାସରେ ଗୁରୁତର ହୋଇଥିଲେ ଜଗୁଆଳି । ଦେହର ହାତ ଗୋଡ କିଛିମାତ୍ରାରେ ପୋଡ଼ି ଯାଇଥିଲା । ବନ ସୁରକ୍ଷା ସମିତି ସଦସ୍ୟମାନେ ଜଗୁଆଳି କିଆକାଠି ଗ୍ରାମର ଗୋବିନ୍ଦ ଟୁଡୁଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ସେଠାରେ ବନ ବିଭାଗ କର୍ମଚାରୀ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବୁଝାବୁଝି କରୁଛନ୍ତି । ପରିସ୍ଥିତି ଗୂରୁତର ହେବାରୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ