ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୪ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକରେ ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ ଏହି ଜିଲ୍ଲାର ଖପୁରୀପଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ଚାରିଜଣ ଅସୁସ୍ଥ ହୋଇଥିଲେ। ସୋମବାର ମଧ୍ୟାହ୍ନରେ ଜଙ୍ଗଲରୁ ଛତୁ ଆଣି ପରିବାର ଲୋକେ ରାତିରେ ରୋଷେଇ କରି ଖାଇ ଶୋଇଥିଲେ। ଶୋଇବା ବେଳେ ପରିବାରର ଚାରିଜଣ ମା, ଝିଅଙ୍କ ସହ ପିଉସା ଏବଂ ପିଉସୀ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଗ୍ରାମବାସୀ ବାରମ୍ବାର ବାନ୍ତି ହେଉଥିବା ଜାଣିବା ପରେ ଅସୁସ୍ଥ ୪ ଜଣଙ୍କୁ ମୋହନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ମୋହନା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ମଙ୍ଗଳବାର ରାତ୍ରରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଥିବା ମୋହନା ଡାକ୍ତରଖାନାର ଜୟଚନ୍ଦ୍ର ପଣ୍ଡା କହିଛନ୍ତି।


