ଜଙ୍ଗଲ, ପରିବେଶ ଓ ଜଳବାୟୁକୁ ନେଇ ବନାଞ୍ଚଳ ସ୍ତରୀୟ ସମନ୍ନୟ ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ଦାରିଙ୍ଗବାଡି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ ଫରେଷ୍ଟ ରେଞ୍ଜ ଅଫିସ ପରିସରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ନେଇ ସମନ୍ନୟ ବୈଠକ, ମୁଖ୍ୟତଃ ଜଙ୍ଗଲ ନିଆଁ ର ସଚେତନତା ଓ ପ୍ରତିକାର ନେଇ ଏକ ବୈଠକ ରେଞ୍ଜ ଅଫିସର ବିଦ୍ୟାଧର ଯାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବନଖଣ୍ଡ ଅଧିକାରୀ ବିଶ୍ଵରାଜ ପଣ୍ଡା ଯୋଗ ଦେଇଥିଲେ । ଏହି ବୈଠକରେ ବ୍ରାହ୍ମଣୀଗାଁ ଫରେଷ୍ଟ ରେଞ୍ଜ ଅଧିନସ୍ତ ୮ଗୋଟି ଗ୍ରାମ ପଂଚାୟତର ପଞ୍ଚାୟତ ପ୍ରତିନିଧି ସମେତ ବିଭିନ୍ନ ଗ୍ରାମର ଗ୍ରାମ ମୁଖିଆ ଓ ସ୍ଵେଛାସେବୀ ମାନେ ଯୋଗ ଦେଇଥିଲେ । ଫରେଷ୍ଟର ଅଞ୍ଜନ କୁମାର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଡିଏଫଓ ମହୋଦେୟ ଵୃକ୍ଷ ଓ ଜଙ୍ଗଲ ର ଉପକାରୀତା ସମ୍ପର୍କରେ ବହୁତ ସୁନ୍ଦର ଭାବରେ ବୁଝାଇ ସଚେତନ କରିଥିଲେ । ବର୍ତମାନର ପରିସ୍ଥିତିରେ ଜଳବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ହୋଇ ଦେଖା ଦେଇଥିବାରୁ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନେଇ ଉପସ୍ଥିତ ସମସ୍ତେ ଶପଥ କରିବା ସହିତ ନିଜ ଗ୍ରାମ ଜଙ୍ଗଲ ଦାୟିତ୍ୱ ଓ ସୁରକ୍ଷା ଦେବାକୁ ସିଦ୍ଧାନ୍ତ ନିଆ ଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣୀଗାଁ ଫରେଷ୍ଟର ଦୀପକ ରଞ୍ଜନ ପଟ୍ଟନାୟକ ଙ୍କ ସହିତ ରେଞ୍ଜ ଅଫିସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ