ପୋଲିସକୁ ମରଣାନ୍ତକ ଆକ୍ରମଣ ମାମଲାର ଅଭିଯୁକ୍ତ ନିର୍ଦୋଷରେ ଖଲାସ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗଞ୍ଜେଇ ଚୋରା ଚାଲାଣ ଓ ପୋଲିସକୁ ମରଣାନ୍ତକ ଆକ୍ରମଣ ମାମଲାର ଅଭିଯୁକ୍ତ ନିର୍ଦୋଷରେ ଖଲାସ । ଗତ ୨ମାର୍ଚ୍ଚ ୨୦୧୬ ମସିହା ସକାଳ ୫ଟାରେ ଗୋଛପଡା ସ୍ଥିତ କାଣ୍ଡିସୁଗା ଛକ ଠାରେ ଗଂଜେଇ ଚାଲାଣକାରୀଙ୍କୁ ଅଟକାଇବା ବେଳେ ଗୋଛପଡା ଥାନା ଅଧିକାରୀଙ୍କ ବେକକୁ ଟାଙ୍ଗିଆରେ ହାଣିବା ସହ ଜଣେ କନେଷ୍ଟବଳର ହାତ ହାଣିଥିବା ଏବଂ ୪୧ କେଜି ୮୨୦ ଗ୍ରାମ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଜଗମୋହନ କହଁରକୁ ଫୁଲବାଣୀ ଜିଲ୍ଲା ଦୌରା ଜଜ୍ ଉପରୋକ୍ତ ମାମଲା ଗୁଡିକର ବିଚାରଣା କରି ପର୍ଯ୍ଯାପ୍ତ ପ୍ରମାଣ ଓ ସାକ୍ଷୀ ଅଭାବରେ ଅଭିଯୁକ୍ତକୁ ନିର୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ପକ୍ଷରୁ ଆଇନଜୀବି ଅଜିତ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ