ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର କରିବା ଦାବୀ ନେଇ ଦାବି ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର କରିବା ଦାବୀ ନେଇ ମିତ (ଆଦିବାସୀ ଲୋକ ସଂଗଠନ), ଆଦିବାସୀ ଭାରତ ମହାସଭା, ଭିଟା ମାଟି ସୁରକ୍ଷା ଅଭିଯାନ, ଋଷିକୂଲ୍ୟା ରୟତ ମହାସଭା, ଏଆଇକେକେଏସ, ସିଏସଡି ଓଡିଶା ସମେତ ବିଭିନ୍ନ ଗଣ ସଂଗଠନ ପକ୍ଷରୁ ଆଜି ଗଂଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆଦିବାସୀ ଓ ବନବାସୀଙ୍କ ହିତ ନିମନ୍ତେ ଏହି ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ କୁ ତୁରନ୍ତ ପ୍ରତ୍ୟାହାର କରିବା ନିମନ୍ତେ ଏକ ଲିଖିତ ଦାବୀ ପତ୍ର ପ୍ରଧାନମନ୍ତ୍ରୀ , କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଂଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରିୟ ରଂଜନ ପୃଷ୍ଟି ଙ୍କୁ ପ୍ରଦାନ କରାଯାଇଛି । ଗତ ଜୁନ ୨୮ ତାରିଖରେ କେନ୍ଦ୍ର ସରକାରଙ୍କ ପରିବେଶ , ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି କରାଯାଇଥିବା ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ଆଦିବାସୀ ଏବଂ ବନବାସୀ ପୁରୁଷ ପୁରୁଷ ଧରି ରହିଆସୁଥିବା ଜଙ୍ଗଲ ଜମି ଓ ଜଙ୍ଗଲ ସଂପଦ , ଜିବନ ଜିବିକା ପ୍ରତି ବିପଦ ସୃଷ୍ଟି କରୁଛି । ସରକାର କର୍ପୋରେଟ ସଂସ୍ଥା ମାନଙ୍କ ସ୍ୱାର୍ଥରେ ଜଙ୍ଗଲ ଜମି ଅଧିଗ୍ରହଣ କୁ ସୁଗମ କରିବା ପାଇଁ ଏହି ନୂତନ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ବିଜ୍ଞପ୍ତି କରାଯାଇଛି ଯାହା ଆଦିବାସୀ ଓ ଜନବାସୀଙ୍କ ଅଧିକାରକୁ ଛଡାଇ ନେବାର ଏକ ସୁପରିକଳ୍ପିତ ଯୋଜନା । ସେହିପରି କ୍ଷତିପୂରଣ ବନୀକରଣ ପାଇଁ ରାଜ୍ୟ ସରକାରଙ୍କୁ ଭୂମି ବ୍ୟାଙ୍କ ଗଠନ କରିବାକୁ ଅନୁମତି ଦେଇଛନ୍ତି ଯାହାଦ୍ୱାରା ଜଙ୍ଗଲ ଜମିକୁ ତୁରନ୍ତ ଅଣ ଜଙ୍ଗଲ କିସମରେ ପରିବର୍ତ୍ତନ କରାଯିବା ଏହିପରି ଭୂମି ବ୍ୟାଙ୍କର ସୃଷ୍ଟି ପେଶା ଆଇନ୍ ଓ ଜଙ୍ଗଲ ଅଧିକାର ଆଇନକୁ ଉଲ୍ଲଂଘନ କରିବା ସହିତ ଜଙ୍ଗଲ ଜମି ଓ ପ୍ରାକୃତିକ ସମ୍ବଳ ଉପରେ ଥିବା ଆଦିବାସୀ ଏବଂ ଜଙ୍ଗଲ ବାସିନ୍ଦାଙ୍କ ଅଧିକାରକୁ ଉଲଂଘନ କରୁଛି । ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରିବା ପୂର୍ବରୁ ଜଙ୍ଗଲ ଅଧିକାର ଆଇନକୁ କଡାକଡି ଲାଗୁ କରିବା ସହିତ ଗ୍ରାମ ସଭାର ସହମତିକୁ ସୁନିଶ୍ଚିତ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ସିଏସଡି ଓଡିଶା ର ବିଜୟ କୁମାର ସ୍ୱାଇଁ, ମିତ ର ସଭାପତି ଶଙ୍କର ଶବର, ଏବିଏମ ର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏଆଇକେକେଏସ ର ଶଙ୍କର ସାହୁ, ଋଷିକୁଲ୍ୟା ରୟତ ମହାସଭାର ସିମାଂଚଳ ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ