ଗଞ୍ଜେଇ ଚାଲାଣ ବେଳେ ଦୁଇ ବଙ୍ଗୀୟ ଯୁବକଙ୍କ ସହିତ ୩ ଜଣଙ୍କୁ ଗିରଫ୍

ଛତ୍ରପୁର, (ଦେବଦତ୍ତ ମହାରଣା) :ଚମାଖଣ୍ଡି ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇ ଆର୍ନ୍ତଦେଶୀୟ ଯୁବକଙ୍କ ସହିତ ମୋହନା ଅଂଚଳର ଜଣେ ଯୁବକଙ୍କୁ ଗିରଫ୍ କରିଛନ୍ତି ଅବକାରୀ ଗୋଇନ୍ଦା ବିଭାଗ (ବ୍ରହ୍ମପୁର) ର ଏକ ୧୨ ଜଣିଆ ଟିମ୍ । ପେଟ୍ରୋଲିଂ କରୁଥିବା ସମୟରେ ଏହି ୩ ଜଣ ବ୍ୟକ୍ତିଙ୍କୁ କାବୁ କରିଛି ଗୋଇନ୍ଦା ବିଭାଗ । ବ୍ରହ୍ମପୁର ଅଂଚଳରୁ ଗଞ୍ଜେଇ ନେଇ ବଙ୍ଗଲାଦେଶ ଫରିଦପୁର ଅଂଚଳକୁ ୨୧ କିଲୋ ଗଞ୍ଜେଇ ନେଉଥିବା ବେଳେ ଫରିଦପୁର ଅଂଚଳର ରକିତ ଅଲ୍ଲୀ ମୁଲ୍ଲା ଓ ସିଦ୍ଧିକ ମୁଟୁବର ଙ୍କୁ ଗିରଫ୍ କରିଛି । ସେହିପରି ଗଜପତି ମୋହନା ଅଂଚଳର ରାମ ଚନ୍ଦ୍ର ଗୌଡ ନାମକ ଜଣେ ଯୂବକ ୧୪ କିଲୋ ଗଞ୍ଜେଇ ନେଉଥିବା ବେଳେ ଗୋଇନ୍ଦା ବିଭାଗ କାବୁ କରିଛି । ଆନ୍ତର୍ଦେଶୀୟ ଯୁବକ ଦ୍ୱୟ ଙ୍କ ମଧ୍ୟରୁ ଜଣଙ୍କ ଭିସା ଥିବା ବେଳେ ଅନ୍ୟ ଜଣଙ୍କ ଭିସା ନଥିବା ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ତଦନ୍ତ ବେଳେ ଜାଣିବାକୁ ପାଇଛି । ଉକ୍ତ ତିନି ଜଣ ଯୁବକ ଚମାଖଣ୍ଡି ନିକଟରେ ବସ କୁ ଅପେକ୍ଷା କରୁଥିବା ବେଳେ ବ୍ରହ୍ମପୁର ଗୋଇନ୍ଦା ବିଭାଗ ସନ୍ଦେହ କରି ଚଢାଉ କରିଥିଲେ । ମୋଟ ୩୫ କେଜି ଗଞ୍ଜେଇ ର ଆନୁମାନିକ ମୁଲ୍ୟ ୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଗୋଇନ୍ଦା ବିଭାଗର ଇନିସପେକ୍ଟର ଗୀତାଞ୍ଜଳୀ ସାହୁ ସୂଚନା ଦେଇଛନ୍ତି । ସେମାନଙ୍କ ବିରୋଧରେ ମାମଲା ରୁଜୁ ଗିରଫ୍ ତିନିଜଣ ବ୍ୟକ୍ତିଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ