ଜଡିବୁଟି ଔଷଧ ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଆପଣ କୌଣସି ରୋଗରେ ପିଡିତ ହୋଇଛନ୍ତି କି? ଆଉ ଏଥିରୁ ଭଲ ହେବାପାଇଁ କିଛି ଜଡ଼ି ବୁଟି ଔଷଧ ସେବନ କରୁଛନ୍ତି ବା ସେବନ କରିବାଲାଗି ଚାହୁଁଛୁନ୍ତି କି? ଯଦି ଆପଣଙ୍କ ଉତ୍ତର ହଁ, ତେବେ ସାବଧାନ l ଆପଣ ଠକେଇର ଶୀକାର ହୋଇପାରନ୍ତି । ଜଡିବୁଟି ଔଷଧ ଦେବା ଲାଗି କହି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣେ ଜଣାଶୁଣା ଶିକ୍ଷିତ ବ୍ୟକ୍ତିଙ୍କଠାରୁ ୩ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ କରି ନେଇଥିବା ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସୁନୀଲ ନାମକ ଜଣେ ଜଡିବୁଟି ବ୍ୟବସାୟୀ କୁ ଅଟକ ରଖି ପଚରାଉଚୁରା କରୁଛି । ତାର ଟାଟା ସୁମୋ ଗାଡିକୁ ମଧ୍ୟ ଜବତ କରିଛି । ସୂଚନାଯୋଗ୍ୟ କଲେଜ ଛକ ନିକଟରେ ରାସ୍ତା କଡରେ ପସରା ମେଲାଇ ଜଡିବୁଟି ବିକ୍ରି କରୁଥିବା ସୁନୀଲ ଙ୍କଠାରୁ ନିଜ ରୋଗ ସମ୍ବନ୍ଧରେ ବର୍ଣ୍ଣନା କରି ପ୍ରଥମେ କିଛି ଔଷଧ ଖାଇଥିଲେ । ଖାଇବା ପରେ ଭଲ ଲାଗିବା ଫଳରେ ବ୍ୟକ୍ତି ଜଣକ ଆଉ ଅଧିକ ଦିନ ଖାଇବା ଲାଗି ଔଷଧ କିଣିବା ପାଇଁ ଚାହିଁଥିଲେ । ତେବେ ସେହି ଔଷଧ ର ଷ୍ଟକ ତାଙ୍କ ପାଖରେ ନ ଥିବା କହି ମଗାଇଦେବାକୁ କହି ଦୁଇ ତିନିଟି ପ୍ରର୍ଯ୍ୟାୟରେ ୩ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କା ନେଇ ଔଷଧ ନ ଦେଇ ଜଡିବୁଟି ବ୍ୟବସାୟୀ ଜଣଙ୍କ ଏଠାରୁ ଟେଣ୍ଟ ଉଠାଇ ଲୁଚି ପଳାଇ ଥିଲେ । ବ୍ୟକ୍ତି ଜଣଙ୍କ ତାଙ୍କୁ ଖୋଜାଖୋଜି କରି ନ ପାଇବା ଫଳରେ ଶେଷରେ ନିରାଶ ହୋଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ସେ ଦେଇଥିବା ଫୋନ ନମ୍ବରରେ ପ୍ରଥମେ ପୋଲିସ ଗ୍ରାହକ ସାଜି ଫୋନ କରିବାରୁ ସେ ରାଉରକେଲାରେ ବର୍ତ୍ତମାନ ଥିବା କହିଥିଲେ । ତେବେ ତାଙ୍କ ଫୋନ ଲୋକେସନ କିନ୍ତୁ ଭବାନିପାଟଣା ଅଞ୍ଚଳ ଦେଖାଇବା ଫଳରେ ଫୁଲବାଣୀ ପୋଲିସ ଭବାନିପାଟଣା ପୋଲିସକୁ ଜଣାଇବା ପରେ ଭବାନିପାଟଣା ପୋଲିସ ଜଡିବୁଟି ବ୍ୟବସାୟୀ ସୁନୀଲକୁ ଥାନାକୁ ଆଣି ରଖିଥିଲା ଆଉ ଫୁଲବାଣୀ ପୋଲିସ ଭବାନିପାଟଣା ଯାଇ ଏଠାକୁ ଆଣି ଅଟକ ରଖି ପଚରାଉଚୁରା କରୁଛି । ତେବେ ବିଭିନ୍ନ ସମୟରେ ରାଜସ୍ଥାନ, ଗୁଜରାଟ, କଲିକତା ଆଦି ବାହାର ରାଜ୍ୟରୁ ଜଡିବୁଟି ବ୍ୟବସାୟୀ ମାନେ ଏଠାକୁ ରିତିମତ ଆସି ଔଷଧ ନାରେ ନିରିହ ଲୋକମାନଙ୍କୁ ଠକୁଥିବା ଅଭିଯୋଗ ହେଉଛି । ଲୋକେ ବି ସେମାନଙ୍କ କଥାରେ ବଶବର୍ତ୍ତୀ ହୋଇ ଠକାମୀର ଶୀକାର ହେଉଛନ୍ତି ଆଉ ଲୋକ ଲଜ୍ୟାରେ କାହାରିକୁ ନ କହି ଚୁପ ରହୁଛନ୍ତି । ଏଣୁ କିଛି ନ ବୁଝି ନଶୁଝି ବାହାରର ବୁଲା ବିକାଳୀ ମାନଙ୍କ ଠାରୁ ଔଷଧ ନ କିଣିବା ଲାଗି ପୋଲିସ ପର।ମର୍ଶ ଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ