ଜନଶକ୍ତି ପାର୍ଟିର ମେଡିକାଲ କଲେଜ ଆନ୍ଦୋଳନରେ ସାମିଲ ହେଲେ କଲେଜ ଛାତ୍ର

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ଜନଶକ୍ତି ପାର୍ଟି ପକ୍ଷରୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଚାଲିଥିବା ଆନ୍ଦୋଳନରେ ସାମିଲ ହୋଇଛନ୍ତି କଲେଜ ଛାତ୍ର । ଜିଲ୍ଲାବାସୀଙ୍କ ଅନେକ ଦିନର ସ୍ୱପ୍ନ ଉନ୍ନତମାନର ସ୍ୱାସ୍ଥ୍ୟସେବା ସମେତ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପୂର୍ବ ଭଳି ସ୍ୱପ୍ନ ହୋଇ ରହିଯାଇଛି । ଦୀର୍ଘ ୫୦ବର୍ଷ ଧରି ସ୍ୱର୍ଗତ ବିଜୁବାବୁଙ୍କ ହସ୍ତମୁଦି ମହଲା ସାଜିଥିବା କେନ୍ଦ୍ରାପଡା ଆଜି ସବୁ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ପଡିଛି । ଏସବୁ ସମସ୍ୟାକୁ ନେଇ ଜନଶକ୍ତି ପାର୍ଟି ଦୀର୍ଘଦିନ ଧରି ଗଣଧାରଣା, ସ୍ମାରକପତ୍ର ପ୍ରଦାନ, ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ଅନଶନ କରିବା ପରେ ପ୍ଲାକାର୍ଡ ଶୋଭାଯାତ୍ରା କରି ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ହାସଲ ପାଇଁ ଆନ୍ଦୋଳନକୁ ଜୋରଦାର କରିଛି । ଆଜି ତିନିମୁହାଣୀସ୍ଥିତ କେନ୍ଦ୍ରାପଡା କଲେଜ ଛକରେ ଦଳର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ପ୍ଲାକାର୍ଡ ଶୋଭାଯାତ୍ରାରେ ପ୍ରଫେସର ନିରଞ୍ଜନ ମଙ୍ଗରାଜ, ଛାତ୍ରନେତା ଅନୁରାଗ ନାୟକ, ଶ୍ରୀତମ କେତନ ଦାସ, ବିଶ୍ୱରଞ୍ଜନ ଦାସ, ଅବଦୁଲ ସରିମ ଖାନ, ଶ୍ରମିକ ନେତା ଅଜୟ ପାତ୍ର, କବିରଞ୍ଜନ ଦଳାଇ, ଶରତ ସାହୁ, ବିବେକ ନାୟକ, ଅନିଲ ନାୟକ, ବିଶ୍ୱରଞ୍ଜନ ପ୍ରତାପ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ