ଜନ୍ମଦିନରେ କର୍କଟ ପୀଡିତ ପରିବାରକୁ ଆର୍ଥିକ ସହାୟତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଃସ୍ୱାର୍ଥ ସେବା ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀଯୁକ୍ତ ରଶ୍ମୀ ରଞ୍ଜନ ମାର୍ଥାଙ୍କ ଶୁଭ ଜନ୍ମଦିନକୁ ଅନୁଷ୍ଠାନ ତରଫରୁ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଅଛି ।ଭୁବନେଶ୍ୱର ଉପକଣ୍ଠ ବାଙ୍କୁଆଳ ସ୍ଥିତ ବାଲୁଙ୍କେଶ୍ବର ମନ୍ଦିର ପରିସରରେ ସମସ୍ତ ସଦସ୍ଯ ଓ ଶୁଭେଚ୍ଛୁ ଏକତ୍ରିତ ହୋଇ ଏକ ସମାଜ ମଙ୍ଗଳ ହୁଣ୍ଡିଦାନ କାର୍ଯ୍ଯକ୍ରମର ଆୟୋଜନ କରିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଦ୍ଯୁମ୍ନ ଶତପଥୀ, କାପୋକର ପ୍ରତିଷ୍ଠାତା ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ପାଇକରାୟ, ସିନେ ଅଭିନେତା ଡ଼. ଜ୍ଞାନେନ୍ଦ୍ର ପଲାଇ ତଥା ଓଡ଼ିଶା ସମାଜସେବୀ ମହାସଘଂର ସଭାପତି ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ଓଝା ପ୍ରମୁଖ ଯୋଗଦାନ କରି ହୁଣ୍ଡିରୁ ଆଦାୟ ଅଠର ହଜାର ସାତଶହ ଅର୍ଥରାଶୀ ଭୁବନେଶ୍ୱର ସ୍ବର୍ଗୀୟ କର୍କଟ ପୀଡ଼ିତ ଶ୍ରୀକାନ୍ତ ନାୟକଙ୍କ ପରିବାରକୁ ପ୍ରଦାନ କରିବା ସହିତ ଉକ୍ତ ମହତ କାର୍ଯ୍ୟକ୍ରମ ଦ୍ୱାରା ସମସ୍ତେ ଅନୁପ୍ରାଣିତ ହୁଅନ୍ତୁ ବୋଲି ଶ୍ରୀଯୁକ୍ତ ଶତପଥି ମତବ୍ୟକ୍ତ କରିଥିଲେ. କାର୍ଯ୍ଯକ୍ରମରେ ଅନୁଷ୍ଠାନର ସଭାପତି ଶ୍ରୀମାନ୍ ଦିନେଶ ରଞ୍ଜନ ନାୟକ, ସମ୍ପାଦକ ଅମରଜିତ୍ ବାରିକ ଓ ପ୍ରମୁଖ ସଦସ୍ଯଗଣ ସତ୍ଯ ପ୍ରକାଶ ସାହୁ, ରାକେଶ କୁମାର ବେହେରା, ରାକେଶ ସାହୁ, ପ୍ରସାଦ ରାଓ, ଉମାକାନ୍ତ ବେଉରା, ସୁନୀଲ ସୁଧାକର ଷଡ଼ଙ୍ଗୀ, ଜଳୁ, ସୁଶୀଲ, କାହ୍ନା, ଅଙ୍କିତ ଉପସ୍ଥିତି ରହି କାର୍ଯ୍ଯକ୍ରମକୁ ସଫଳ ରୂପରେଖ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ