ଜନ୍ମମାଟିରେ ଡାକ୍ତର ବୈଷ୍ଣବ ପରିଡାଙ୍କୁ ସ୍ମୃତି ଶ୍ରଦ୍ଧାଞ୍ଜଳି
ଡାକ୍ତର ପରିଡା ଥିଲେ ମଣିଷମାନଙ୍କ ମଧ୍ୟରେ ଡାକ୍ତର ଓ ଡାକ୍ତର ମାନଙ୍କ ମଧ୍ୟରେ ଜଣେ ମଣିଷ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ରୋଗୀସେବା କ୍ଷେତ୍ରରେ ସମଗ୍ର ଓଡିଶାରେ ଅତୁଳନୀୟ ଆଦର୍ଶ ସୃଷ୍ଟି କରିଥିବା ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ୱର୍ଗତ ପରିଡାଙ୍କ ଜନ୍ମମାଟିରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ ସାହିତ୍ୟିକ ଡଃ. ବୈଷ୍ଣବ ଚରଣ ସାମଲ, ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବିଧାୟକ ଅଲେଖ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ଜିଲ୍ଲାପାଳ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଅବସରପ୍ରାପ୍ତ ଜିଲ୍ଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର, ଓଡିଶା ଲୋକସେବା ଆୟୋଗ ସଦସ୍ୟ ବିଭୂତି ଭୂଷଣ ପଟ୍ଟନାୟକ, ସଚିବ ଅଶୋକ କୁମାର ଦାସ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଯୁଗଳ କିଶୋର ତ୍ରିପାଠୀ, ଇଂ ଚଣ୍ଡେଶ୍ୱର ବେହେରା ପ୍ରମୁଖ ଓଡିଶାର ବିଶିଷ୍ଟ ବ୍ୟକ୍ତିମାନେ ଡାକ୍ତର ପରିଡାଙ୍କୁ ଦୁଃସ୍ଥ ଜନତାର ଦରଦୀ ବନ୍ଧୁ, ସୁସାହିତ୍ୟିକ, ପ୍ରଚଣ୍ଡ ସ୍ୱାଭିମାନୀ ତଥା ବାଗ୍ମୀ ପୁରୁଷ ରୂପେ ଅଭିହିତ କରି ତାଙ୍କର ତିରୋଧାନ ଓଡିଶାର ରୋଗୀସେବା କ୍ଷେତ୍ରରେ ଏକ ଅପୁରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅଧ୍ୟାପକ ଆଶିଷ ପତିଙ୍କ ଦ୍ୱାରା ପ୍ରକାଶିତ ଡାକ୍ତର ପରିଡାଙ୍କ ଦ୍ୱାରା ରଚିତ ୩ୟ ପ୍ରବନ୍ଧ ପୁସ୍ତକ “ ପ୍ରବନ୍ଧ ବିବେକ” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ସାହୁଙ୍କ ସଭାପତିତ୍ୱ ଓ ରମଣୀରଞ୍ଜନ ରାଉତରାୟଙ୍କ ସଂଚାଳନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋସ୍ôନାରାଣୀ ଜେନା, ରାଜନେତା ବିଜୟ ପ୍ରଧାନ, ସାହିତ୍ୟିକ ଡଃ. ବାସୁଦେବ ଦାସ, ରବି ସ୍ୱାଇଁ, ଅଧ୍ୟାପକ ମୋହନ ଜେନା, ଭଜକୃଷ୍ଣ ରାଉତ, ଈଶ୍ୱର ଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ପରିକ୍ଷୀତ ପାତ୍ର, ପ୍ରଦୀପ କୁମାର ଦାଶ, ଗାୟକ ଭୂଷଣ ଗୋପବନ୍ଧୁ ନାଥ, ମେଜର ଭରତ ଚନ୍ଦ୍ର ଜେନା, ଗୈାତ୍ତମ ଚରଣ କବି, ସୁକାନ୍ତ ପ୍ରଧାନ, ରବୀନ୍ଦ୍ର ପ୍ରସାଦ ଜେନା, ଅରବିନ୍ଦ ପରିଡା, ଚିତ୍ତରଞ୍ଜନ କବି, ହରିଶ ପୃଷ୍ଟି, ପ୍ରମୋଦ ଦେବତା, ଦିବାକର ଜେନା, ଆଇନଜିବି ଅକ୍ଷୟ କୁମାର ମହାନ୍ତି, ପଣ୍ଡିତ ପ୍ରତାପ ପତି, ଗଙ୍ଗାଧର ପରିଡା, ଅବଧୂତ ରାଉତ ପ୍ରମୁଖ ଶ୍ରଦ୍ଧାର୍ପଣ କରି ଡାକ୍ତର ପରିଡାଙ୍କ ରୋଗୀସେବା କ୍ଷେତ୍ରରେ ଅତୁଳନୀୟ ନିଃସ୍ୱାର୍ଥପର ସେବା ପାଇଁ ତାଙ୍କୁ ମଣିଷମାନଙ୍କ ମଧ୍ୟରେ ଜଣେ ଡାକ୍ତର ଓ ଡାକ୍ତରମାନଙ୍କ ମଧ୍ୟରେ ଜଣେ ମଣିଷ ବୋଲି ଅଭିହିତ କରିଥିଲେ । ପ୍ରାରମ୍ଭରେ ସୁବାସ ଚନ୍ଦ୍ର ପାଣି ବେଦପାଠ କରିଥିବା ବେଳେ ଡାକ୍ତର ପରିଡାଙ୍କ ଜ୍ୟେଷ୍ଠପୁତ୍ର ଡାକ୍ତର ପ୍ରିୟବ୍ରତ ପରିଡା କୃତଜ୍ଞତା ଅର୍ପଣ କରିଥିଲେ । ଏହି ଅବସରରେ ଅଙ୍ଗୁଳାଇ- ନେମ୍ବରା ରାସ୍ତାକୁ ଡାକ୍ତର ପରିଡାଙ୍କ ନାମରେ ନାମିତ କରିବା ଓ କେନ୍ଦ୍ରାପଡା ସହରରେ ଏକ ଆବକ୍ଷ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ସହ ମଧୁସାଗର ବିଦ୍ୟାପୀଠରେ ତାଙ୍କ ନାମରେ ବାର୍ଷିକ ମେଧାବୃତ୍ତି ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଭକ୍ତ ଚରଣ ମଲ୍ଲ ଓ ଆଦିକନ୍ଦ ରାଉଳ ପରିଚାଳନା କରିଥିଲେ ।


